Pages

Monday, October 10, 2022

MAHALAXMI STUTI ଶ୍ରୀ ମହାଲକ୍ଷ୍ମୀଙ୍କ ସ୍ତୁତି

 ଶ୍ରୀ ମହାଲକ୍ଷ୍ମୀଙ୍କ ସ୍ତୁତି 

JAYA MAA LAXMI


ଜୟ ଜୟ ମହାଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ /

ଜୟ ଜୟ ମହାଲକ୍ଷ୍ମୀ ସଂସାର ପାଳିନୀ // 

ଜୟ ଜୟ ମହାଲକ୍ଷ୍ମୀ ପଦ୍ମ ନିବାସିନୀ /

ଜୟ ଜୟ ମହାଲକ୍ଷ୍ମୀ ଦୁଃଖ ବିନାଶିନୀ // 

ଜୟ ଜୟ ମହାଲକ୍ଷ୍ମୀ ଅତି ଦୟାବତୀ /

ତୁମ୍ଭ ପାଦପଙ୍କଜରେ ରହୁ ମୋର ମତି // 

କିଞ୍ଚିତେ ସୁଦୟା ମୋତେ କର ମହାମାୟୀ / 

ଅତି ଦୁଃଖରେ ପଡ଼ିଣ ଡ଼ାକୁଅଛି ମୁହିଁ //

ବିପଦ ଭଞ୍ଜନୀ ତୋର ନାମ ଅଟେ ଯେଣୁ / 

ବିପଦରେ ପଡ଼ି ମୁହଁ ଡ଼ାକୁଅଛି ତେଣୁ //

ନଜାଣଇ ତୋର ଭକ୍ତି ଅତି ମୁଢ଼ମତି /

କରଯୋଡ଼ି କରୁଅଛି ତୋତେ ମୁହଁ ସ୍ତୁତି // 

ତୋର ନାମ ଅଛି ଯେତେ କେ କହିପାରିବ / 

ବ୍ରହ୍ମା ନାରଦଙ୍କୁ ଯାହା ଅଟଇ ଦୁର୍ଲ୍ଲଭ //

ସଂକ୍ଷେପି ତୋହର ନାମ କରୁଛି ଗାୟନ / 

ଜଗତ ଜନନୀ ମୋତେ ହୁଅ ସୁପ୍ରସନ୍ନ //

ପ୍ରଥମେ ତୋ ନାମ ଲକ୍ଷ୍ମୀ କମଳା ଦ୍ବିତୀୟେ / 

ତୃତୀୟେ ନାମ ତୋ ପଦ୍ମା ଚତୁର୍ଥେ ହରିପ୍ରିୟେ // 

ପଞ୍ଚମେ ଦାରିଦ୍ର୍ୟଭଞ୍ଜନୀ ତୋର ନାମ ଖ୍ୟାତ /

ଷଷ୍ଠରେ ବିମଳା ଅଟୁ ତୁହି ଜଗନ୍ନାତ //

ସପ୍ତମେ ଜଗମୋହିନୀ ଚଞ୍ଚଳା ଅଷ୍ଟମେ / 

ନବମେ ଜାନକୀ ରମା ନାମ ତୋ ଦଶମେ // 

ଏ ଦଶ ନାମକୁ ପ୍ରତିଦିନ ଯେ ସ୍କରଇ /

ଦାରିଦ୍ର୍ୟ ବ୍ୟଥା ତାହାର ଲେଶେ ନ ରହଇ //

ତୋ ନାମ ଜପିଲେ ଦରିଦ୍ରତା ହୁଏ ଦୂର /

ଧନ ସମ୍ପଦରେ ପୂର୍ଣ୍ଣ ହୁଅଇ ଭଣ୍ଡାର //

ତୋର ନାମ ଧରି ଯେହୁ ବାଣିଜ୍ୟ କରଇ / 

ବହୁ ଅର୍ଥ ଲାଭ ତାର ନିଶ୍ଚୟ ହୁଅଇ //

ଜଗତ ଜନନୀ ତୁ କମଳା ନାମ ବହୁ /

ଯେ ତୋତେ ଭକ୍ତିରେ ଡ଼ାକେ ତାହା ଘରେ ଥାଉ //

ଯାହାକୁ ସୁଦୟା କରୁ ସେ ହୁଏ ଧନାଢ୍ୟ /

ନାରୀ ଶିରୋମଣି ନାହିଁ ତୋଠାରୁ କେ ବଡ଼ // 

କୀଟୁ ବ୍ରହ୍ମଯାଏ ସମସ୍ତଙ୍କୁ ଦେଉ ପଡ଼ି /

ତୋ ନାମ ଚିନ୍ତିଲେ ଦୁଃଖ କଷ୍ଟ ଯାଏ ଛାଡ଼ି // 

ତୋର ଦ୍ରୋହୀମାନଙ୍କୁ ମାଗୋ ଅନ୍ନ ନ ମିଳଇ / 

ଯେତେ ଅରଜିଲେ ପେଟ କେବେ ନ ପୂରଇ //

ତୋହର ଚରିତ କର୍ଣ୍ଣ ଦେଇ ଯେ ଶୁଣଇ /

କି ଅବା ଭକତି ଭାବେ ମନରେ ଗୁଣଇ //

ତାହାର ଦରିଦ୍ର ପଣ ଯାଏ ଦୂର ହୋଇ /

ସର୍ବଦା ପ୍ରସନ୍ନ ତାକୁ ହେଉ ମହାମାୟୀ // 

ଏଣୁ ତୋ ଚରଣେ ମାଗୋ କରୁଛି ବିନତି / 

ଦୟାକରି ମାଗୋ ଫେଡ଼ ଏ ଘୋର ବିପରି // 

କିଞ୍ଚିତରେ ନେତ୍ର ଢ଼ାଳି ଚାହିଁଦିଅ ମୋତେ /

ମୁହିଁ ଅରକ୍ଷିତ ଜନ ଆଶ୍ରା କଲି ତୋତେ //

ଯେତେବେଳେ ଯାହା ମାଗୋ କରୁଥିବି ଇଚ୍ଛା / 

ଜଗତଜନନୀ ପୂର୍ଣ୍ଣ କର ମନୋବାଞ୍ଛା //

ମୋ ପ୍ରତି କରୁଣା ଯେବେ ନ କରିବୁ ତୁହି / 

ଭବସାଗରେ ଭାସିବି ସିନା ଧନ୍ଦି ହୋଇ // 

ତୁହି ନ ଫେଡ଼ିଲେ ଦୁଃଖ ଆନ କେ ଫେଡ଼ିବ / 

ଦାସ ନାଶ ଗଲେ ନିନ୍ଦା ତୋହର ହୋଇବ //

ତୁହି ମୋର ମାତା ପିତା ତୁ ଈଷ୍ଟ ଦେବତା /

ତୁହି ମୋର ଭାଇ ବନ୍ଧୁ ତୁ ରକ୍ଷା କରତା //

ତୋର ପାଦ ବିନୁ ମୋର ଅନ୍ୟ ଗତି ନାହିଁ / 

ବିପଦ ଭଞ୍ଜନୀ ମାଗୋ ମୋତେ କର ତ୍ରାହି //

💦💦💦💦💦💦💦

No comments:

Post a Comment