ଶ୍ରୀ ସୀତାଙ୍କ ସ୍ତୁତି
ଜୟ ଜନକ ନନ୍ଦିନୀ ବିଶ୍ୱ ବିମୋହିନୀ |
ଜୟ ମହାମାୟୀ ସତୀ ଆରତ ନାଶିନୀ ||
ସାଗର ସମ୍ଭୁତା ମାଗୋ ଲକ୍ଷ୍ମୀ ସ୍ୱରୂପିଣୀ |
ପରଂ ଯୋଗେଶ୍ୱରୀ ମାତ ରାମଙ୍କ ଘରଣୀ ||
ପାପିକୁଳ ବିନାଶନେ ବସୁମତୀ କୋଳେ |
ଜନମ ଲଭିଲୁ ଦେବୀ ମାନବ ରୂପରେ ||
ଜୟ ଜଗଦ୍ଧାତ୍ରୀ ଜୟ ସୀତାଂଶୁ ଆସନୀ |
ଚତୁର୍ଭୁଜା ଚିଦାନନ୍ଦା , ବିଦୁଷୀ ଯୋଗିନୀ ||
ଆଦିମାତା , ନାରାୟଣୀ ଶକ୍ତି ସ୍ୱରୂପିଣୀ |
କମଳା , ବିମଳା , ରମା , ବାଣୀ ସପତଣୀ ||
ଭବାନୀ , ମୋହିନୀ , ମହାପାପ ବିନାଶିନୀ |
ରଘୁକୁଳ ଉଦ୍ଧାରିଣୀ ଶ୍ରୀରାମ ଭବାନୀ ||
ଜାନକୀ ବୈଦେହୀ ସୀତା ସତୀକୁଳ ହୀରା |
କ୍ଷମାମୟୀ ଧର୍ମମୟୀ ସାଧୁ ଦାଗ ଧୀରା ||
କଳାବତୀ କଳହଂସ ଗାମିନୀ ବିଜିତା |
ବନପ୍ରିୟ କଣ୍ଠି ବନ ବିହାରିଣୀ ମାତା ||
ସ୍ଵୟଂ ଅଗ୍ନିଗର୍ଭେ ଲୁଚି ସୃଜି ମାୟା ସୀତା |
ମାୟା ମୃଗେ ଲୋଭ କଲ ଜଗତ ପୂଜିତା ||
ଦଶମୁର୍ଦ୍ଧା ବିନାଶନେ ହୋଇଲେ କାରଣ |
ବସୁଧା ଆରତ ବଳେ କରିଲ ଖଣ୍ଡନ ||
ଜୟ ଜଗନ୍ନାଥ ଜୟ ଶ୍ରୀରାମ ମାନସୀ |
ଜୟ ଅଯୋନୀ ସମ୍ଭୂତା ମାତା ଚାରୁହାସୀ ||
ଅମଳ କମଳ ଯୁଗ୍ମ ପଦେ ତବ ମାତ |
ତୁମର କରୁଣା ପାଇଁ ଚିନ୍ତେ ଅବିରତ ||
💢💢💢💢
No comments:
Post a Comment