ଶ୍ରୀ ଜଗନ୍ନାଥ ସ୍ତୁତି
ନମସ୍ତେ ପ୍ରଭୁ ଜଗନ୍ନାଥ |
ଅନାଥ ଲୋକଙ୍କର ନାଥ ||
ନମସ୍ତେ ପ୍ରଭୁ ବାସୁଦେବ |
ଭକତ ଜନଙ୍କ ବାନ୍ଧବ ||
ନମସ୍ତେ ପ୍ରଭୁ ହୃଷିକେଶ |
ଭକତ ଜନଙ୍କ ବିଶ୍ୱାସ ||
ନମସ୍ତେ ପ୍ରଭୁ ବିଶ୍ୱରୂପୀ |
ସକଳ ଘଟେ ଅଛି ବ୍ୟାପୀ ||
ସୃଷ୍ଟି ପ୍ରଳୟ ଅନ୍ତ କରୁ |
ଏସର୍ବ ଗର୍ଭରେ ସମ୍ଭାଳୁ ||
ପଚାଶ କୋଟି ବସୁନ୍ଧରୀ |
ତୋର ହୃଦରେ ଛନ୍ତି ପୂରି ||
ଚଉଦ ଭୁବନ ପାଟଣା |
ଏ ସର୍ବ ତୋହର ରଚନା ||
ତୁ ବ୍ରହ୍ମା , ରୁଦ୍ର , ବିଷ୍ଣୁ ତୁହି |
ତୋ ବିନୁ ଅନ୍ୟ ଗତି ନାହିଁ ||
ସୃଷ୍ଟି ତୋହର ଖେଳଘର |
ଅସହ୍ୟ ମାୟା ଯିବ ପାର ||
ତୋହର ନିଶ୍ୱାସ ମରୁତ |
ଦେବ ହୋଇଲେ ତହୁଁ ଜାତ ||
ତୁହିଟି ଅଗ୍ନି ଦେବଇନ୍ଦ୍ର |
ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର ||
ଭୁଜରୁ ଅନନ୍ତ ମୂରତି |
କନ୍ଧରୁ ଜାତ ସରସ୍ବତୀ ||
ସଦା ଚଞ୍ଚଳ ନିଦ୍ରା ନାହିଁ |
ଏ ରୂପେ ଶୂନ୍ୟ ଅଛୁ ରହି ||
ଏମନ୍ତ ଅଶେଷ ମହିମା |
କେ ଜାଣିପାରେ ଗୁଣ ସୀମା ||
ତୋ ନାମ କରୁଥିଲେ ଲୟ |
କୋଟିଏ ଜନ୍ମ ପାପ କ୍ଷୟ ||
ନାମ ଘୋଷିଲେ ସର୍ବସିଦ୍ଧି |
ଖଣ୍ଡଇ ରୋଗ ଶୋକ ଆଦି ||
ଆରତ ଭଞ୍ଜନ ତୋ ବାନା |
ଆତଙ୍କକାଳେ ବଜ୍ରସେହ୍ନl ||
ହୋଇଲ ଦଶ ଅବତାର |
ନାଶିଲ ଅବନୀର ଭାର ||
ଦୁଷ୍ଟ ନିବାରି ସନ୍ଥ ପାଳୁ |
ତୁ ନାଥ ପରମ ଦୟାଳୁ ||
ତୁ ଅଟୁ ଦରିଦ୍ରଙ୍କ ଧନ |
ତୋ ତତ୍ତ୍ୱ ବୁଝେ ଜ୍ଞାନୀଜନ ||
ସତୀ ଯୁବତୀଙ୍କର ମନେ |
ନିଜର ସ୍ବାମୀ ଥାନ୍ତି ଯେହ୍ନ ||
ସେହି ପ୍ରକାରେ ମୋର ମନ |
ତୋ ଠାରେ ରହୁ ଭଗବାନ ||
ଏମନ୍ତ ଭାବେ କଲେ ସ୍ତୁତି |
ପ୍ରସନ୍ନ ହୋଇବେ ଶ୍ରୀପତି ||
ଏ ସ୍ତୁତି ଯେ ଜନ ଶୁଣନ୍ତି |
ଯମ ତା ପାଖ ନମାଡ଼ନ୍ତି ||
ରାଜଦଣ୍ଡକୁ ନାହିଁ ଭୟ |
ଅଇରି ମାନେ ଯାନ୍ତ କ୍ଷୟ ||
ଭୂତ ପିଶାଚ ପ୍ରେତଗଣ |
କତିକି ନ ଆସନ୍ତି ପୁଣ ||
ଅଶୁଭ ସ୍ୱପନ ଦେଖିବ |
କି ଅବା ଗ୍ରହପୀଡ଼ା ଥିବ ||
ଏ ସ୍ତୁତି ଶ୍ରବଣେ ଶୁଣିଲେ |
ହୁଅଇ ବାଞ୍ଚ ସିଦ୍ଧି ଭଲେ ||
ବଢ଼ଇ ଆୟୁ ବିଦ୍ୟାଧନ |
ଖଣ୍ଡଇ ସବୁ କ୍ଳେଶମାନ ||
ଗଙ୍ଗା ସହିତେ ସର୍ବ ତୀର୍ଥେ |
ସ୍ନାନକୁ କଲେ ଫଳେ ଯେତେ ||
ଏ ସ୍ତୁତି ପଢ଼ି ସେତେ ଫଳ |
ନମଇଁ ବିଷ୍ଣୁ ପାଦ ତଳ ||
ଏ ସ୍ତୁତି ହୋଇଲା ସମ୍ପୂର୍ଣ୍ଣ |
ଶୁଣି ସନ୍ତୋଷ କର ମନ ||
ଜୟ ଜଗନ୍ନାଥ,
ଶ୍ରୀ ଜଗନ୍ନାଥ ସ୍ତୁତି ପରି ଶ୍ରୀ ଗଣେଶ ସ୍ତୁତି, ଶ୍ରୀ ଶିବ ସ୍ତୁତି ଆଦି ଆମ oomii05.com blog ରେ ଅପମାନେ ପଢି ଆପଣ ମାନଙ୍କ ଦିନକୁ ଶୁଭମୟ କରନ୍ତୁ ଏବଂ ଈଶ୍ୱର କୃପା ପ୍ରାପ୍ତ କରନ୍ତୁ |
ENGLISH
SHRI JAGANNATH STUTI
Namaste prabhu jagannath |
Anatha lokonkara natha ||
Namaste prabhu basudeba |
Bhakata jananka bandhaba ||
Namaste prabhu hrusikesha |
Bhakata jananka biswasa ||
Namaste prabhu biswarupi |
Sakala ghate achi byapi ||
Srushti pralaya antakaru |
A sarba garbhare sambhalu ||
Pachasa koti basundhari |
Tora hrudare chanti puri ||
Chauda bhubana patana |
A sarba tohara rachana ||
Tu brahma, rudra, bishnu tuhi|
Tobinu anya gati nahi ||
Srushti tohara khelaghara |
Asahya maya jiba para ||
Tohara niswasha maruta |
Deba hoile tahnu jata ||
Tuhiti agni deba indra |
Nayanu jata surjya chandra ||
Bhujaru ananta murati |
Kakhyaru jata saraswati ||
Sada chanchala nidra nahi |
A rupe sune achu rahi ||
Amanta asesa mahima |
Ke janipare gunasima ||
To nama karuthile laya |
Kotie janma papa khyaya ||
Nama ghosile sarba sidhi|
Khandai rogasoka aadi ||
Arata bhanjana to bana |
Atanka kale bajrasena ||
Hoila dasa abatara |
Nasila abanira bhara ||
Dushta nibari santha palu |
Tu natha parama dayalu ||
Tu atu daridranka dhana |
To tatwa bujhe gyanijana ||
Sati jubatinkara mane |
Nijara swami thanti jenhe ||
Sehi prakare moramana |
To thare rahu bhagabana ||
Amanta bhabe kale stuti |
Prasanha hoibe shripati ||
A stuti je jana sunanti |
Jama ta pakha namadanti ||
Rajadandaku nahi bhaya |
Airimane janta khaya ||
Bhuta pisacha pretagana |
Katiki na asanti puna ||
Asubha swapana dekhiba |
Kiaba grahapida thiba ||
A stuti srabane sunile |
Huai bancha sidhi bhale ||
Badhai aayu bidyadhana |
Khandai sabu klesha mana ||
Ganga sahite sarba tirthe |
Snanaku kale phale jete ||
A stuti padhi sete phala |
Namai bishnu padatala ||
A stuti hoila sampurna |
Suni santosha karamana ||
JAYA JAGANNATH
0 Comments:
Post a Comment