ଶ୍ରୀ ମଙ୍ଗଳା ସ୍ତୁତି
ଜୟ ମା ମଙ୍ଗଳା |
ତୋତେ ସୁମରିଲେ ମାଗୋ ଦୂରିତ ଯାଏ ଖଣ୍ଡି ।।
ଆତଙ୍କ କାଳରେ ସୁମରନ୍ତି ଯେଉଁ ଜନ ।
ମହାଘୋର ସଙ୍କଟୁ ତୁ ଫିଟାଉ ବହନ ।।
ଅଦୃଶ୍ୟକୁ ଦୃଶ୍ୟହୁଏ ତୋ ନାମ ଧଇଲେ ।
ବିପତ୍ତି ନଥାଏ ମାଗୋ ତୋତେ ଆଶ୍ରା କଲେ ।।
ତୋହର ଯେ ନାମମାନ ଯେହୁ ସୁମରଇ ।
କିଛି ହିଁ ସଙ୍କଟ ମାଗୋ ବିପତ୍ତି ନ ଥାଇ ।।
ଅନାଥକୁ ଦୟା ମାତ ତୁହି କରିପାରୁ ।
ଦୁସ୍ତର ପଡ଼ିଲେ ମାଗୋ ପ୍ରାଣୀଙ୍କି ଉଦ୍ଧାରୁ ।।
ଯେତେବେଳେ ପ୍ରାଣୀଙ୍କୁ ଯେ ପଡ଼ିଥାଏ କଷ୍ଟ ।
ତୋତେ ସୁମରିଲେ ମାଗୋ ଫିଟାଉ ସଙ୍କଟ ।।
ତୋହର ବାର ବ୍ରତକୁ ଯେହୁ କରେ ଚିନ୍ତି ।
ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି ।।
ନମୋ ନାରାୟଣୀ ମାଗୋ ଅପର୍ଣ୍ଣା ପାର୍ବତୀ ।
ଭ୍ରମଣ ଯେ କରୁ ମାଗୋ ଅର୍ଦ୍ଧ ନିଶାରାତି ।।
ଚଣ୍ଡି ଯେ ଚାମଣ୍ଡା ମାଗୋ ଖଟନ୍ତି ଅପାର ।
ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର ।।
ପୟରେ ଅଳତା ଭାଲେ ସିନ୍ଦୁରର ଚିତା ।
ରଙ୍ଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା ।।
ସିଂହର ପିଠିରେ ମାଗୋ ବିଜେ କରି ଯାଉ ।
ତୋ ମୁଖେ ପଡ଼ିଲେ ମାଗୋ ନ ବର୍ତ୍ତନ୍ତି ଆଉ ।।
ନିମସ୍ତେ ଶାରଳା ମାଗୋ ଶଙ୍କର ଭବାନୀ ।
ଦୟାକର ମୋତେ ମାଗୋ ଦନୁଜ ନାଶିନୀ ।।
ଅଥଳ ସମୁଦ୍ରେ ମାତ ବୁଡ଼ିଲା ମୋ ଭେଳା ।
ଦୁସ୍ତର ପଡ଼ିଲା ମାତ ଉଦ୍ଧାର ମଙ୍ଗଳା ।।
ସଖା ସହୋଦର ମାଗୋ ବନ୍ଧୁକୂଳ ନାହିଁ ।
ବିପତି କାଳରେ ସାହା ହୁଅ ମହାମାୟୀ ।।
ବିନ୍ଧ୍ୟଗିରି ବାସିନୀ ହିମବନ୍ତ ଦୁହିତା ।
ଏମନ୍ତେ ଦ୍ଵାଦଶ ନାମ ଦେଲେ ଯେ ବିଧାତା ।।
ଝଙ୍କଡ଼େ ରହିଲୁ ମାଗୋ ଶାରଳା ବୋଲାଇ ।
କାକଟପୁରେ ବୋଲାଭ ମଙ୍ଗଳା ଯେ ତୁହି ।।
ଲହ ଲହ ଜିହ୍ନା ଯେ ସିନ୍ଦୁର ମୁଖେମଣ୍ଡି ।
କୋଣାର୍କରେ ରହିଲୁ ଅଭୟା ରାମଚଣ୍ଡୀ ।।
ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ ।
ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ ।।
ସମ୍ବଲପୁରେ ରହିଲୁ ନାମ ସମଲାଇ ।
ଯାଜପୁରରେ ରହିଲୁ ମା ନାମ ବିରଜାଇ ।।
ପଶ୍ଚିମେ ରହିଲୁ ମାଗୋ ନାମ ହିଙ୍ଗୁଳାଇ ।
ଭୁବନେଶ୍ବରରେ ରହିଲୁ ଗଉରୀ ବୋଲାଇ ।।
ବାଣପୁରରେ ରହିଲୁ ଯେ ନାମ ଭଗବତୀ ।
ସକଳ ନାମରେ ତୋତେ କରନ୍ତି ଯେ ସ୍ତୁତି ।।
ଉତ୍ତର ଦିଗେ ରହିଲୁ ଚଣ୍ଡୀନାମ ବହି ।
ଏମନ୍ତ ଦ୍ବାଦଶ ନାମ ବ୍ରହ୍ମା ଗଲେ ଦେଇ ।।
ତୋହର ମହିମା ମାଗୋ କେ ପାରିବ କହି ।
ମାଡ଼ି ବସିଅଛୁ ଦଶଦିଗ ମହାମାୟୀ ।।
ନମସ୍ତେ ଚଣ୍ଡୀକା ତୁମେ ହରଙ୍କର ବାମା ।
କେ କହି ପାରିବ ମାଗୋ ତୁମ୍ଭର ମହିମା ।।
ଡମ୍ଵରୁମଝା କଟୀ ବିଚନ୍ଦ୍ର ସିଂହଠାଣି ।
ମହାମୂର୍ତ୍ତି ରୂପ ତୋର ଅଟେ ଗୋସାମଣି ।।
ଲହ ଲହ ଜିହ୍ୱା ମାଗୋ ଘୋର ଦନ୍ତପାଟି ।
ନମୋ ଆଦିମାତା ତୁହି ବିଜେ ସିଂହପିଠି ।।
କାତି ଯେ ଖର୍ପର ମାଗୋ ଶୋହେ ବାମକର ।
ଶଙ୍ଖ ଚକ୍ର ଗଦା ମାଗୋ ଆୟୁଧ ତୋହର ।।
ନାନା ପୁଷ୍ପମାଳମାନ କୁଙ୍କୁମ ଚନ୍ଦନ ।
କପାଳେ ସିନ୍ଦୁର ଗାର ଦିଶେ ଶୋଭାବନ ।।
ନମସ୍ତେ ଶାରଳା ମାଗୋ ଚଣ୍ଡି ମହାମାୟୀ ।
ଦୁସ୍ତର ପଡ଼ିଲେ ମାତ ଉଦ୍ଧାରୁ ଯେ ତୁହି ।।
ତ୍ରେତୟା ଯୁଗରେ ତୋତେ ସୁମରିଲେ ରାମ ।
ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣକାମ ।।
ତୁମ୍ଭର ଆଜ୍ଞାରେ ରାମ ଲଙ୍କା କଲେ ଜୟ ।
ରାବଣ ମାରି ସୀତା ଆଣିଲେ ରାମରାୟ ।।
ନମସ୍ତେ ଶାରଳା ମାତ ରକ୍ଷାକର ମୋତେ ।
ମୁଁ ଦୀନ ଅରକ୍ଷ ଜନ ଆଶ୍ରା କଲି ତୋତେ ।।
ଯେତେବେଳେ ଯାହା ମାଗୋ କରୁଥିବି ଇଚ୍ଛା ।
ତୋ ପାଦ ସ୍ମରଣେ ପୂରୁଥ୍ ମନୋବାଞ୍ଛା ।।
ତୁମ୍ଭର ଚରଣେ ମୋର ମନ ରହୁ ସ୍ଥିର ।
ଅଳି କରେ ଏ ଅଧମ ସନ୍ତାନ ତୋହର ।|
ଜୟ ମା ମଙ୍ଗଳା,ଆପଣ ମାନଙ୍କ ବହୁ ମୂଲ୍ୟ ସମୟରୁ କୀଛି ସମୟ ବାହାର କରି ମା ମଙ୍ଗଳା ଙ୍କ ସ୍ତୁତି ଟିକୁ ପଠନ କରିଥିବା ହେତୁ ଆପଣ ମାନଙ୍କୁ ଆମ ବ୍ଲଗ oomii05.com ତରଫରୁ ଧନ୍ୟବାଦ।
ମା ମଙ୍ଗଳା ସମସ୍ତଙ୍କ କଲ୍ୟାଣ କରନ୍ତୁ।
ଏହି ପରି ସମସ୍ତ ଦେବା ଦେବୀ ଙ୍କ ସ୍ତୁତି, ବ୍ରତକଥା,ମନ୍ତ୍ର ଆଦି ପଠନ କରିବା ନିମନ୍ତେ ଆମ ବ୍ଲଗ oomii05.com କୁ ଆସନ୍ତୁ, ଧନ୍ୟବାଦ।
0 Comments:
Post a Comment