Comments

recentcomments

SHRI NARAYANA STUTI ଶ୍ରୀ ନାରାୟଣ ସ୍ତୁତି

 ଶ୍ରୀ ନାରାୟଣ ସ୍ତୁତି 

କୃପାମୟ ଶ୍ରୀ ନାରାୟଣଙ୍କ ସ୍ତୁତି କୁ ପଠନ କରିବା |


Narayan stuti, Bishnu stuti
  Shri Narayan  


କୃପାମୟ କଞ୍ଜ ବଦନ, କର ଦୁର୍ଗତି ଛେଦନ, କିଛି ଘେନ ନିବେଦନ |1|

କ୍ଷମାନିଧ ଭକ୍ତ ତାରଣ, ଖେଦ ଭେଦରେ କାରଣ, ଖଟାଅ ପଦ୍ମଚରଣ |2|

ଗୋବର୍ଦ୍ଧନ ଧାରଣ ହରି, ଗୋପେ ଗୋକୁଳ ବିହାରି, ଗୁହାରି ଘେନ ମୋହରି |3|

ଘେନ ଭକ୍ତି ଘନକାଳିଆ, ଘେନାଙ୍କ ବାଙ୍କ ଚୁଳିଆ, ଘଟଣ ଗୁଞ୍ଜମାଳିଆ |4|

ଅନ୍ତର୍ଯ୍ୟାମୀ ଆର୍ତ୍ତ ଭଞ୍ଜନ, ଅଇରି କୁଳ ଗଞ୍ଜନ, ଅଭେଦ ଜନ ଭଞ୍ଜନ |5|

ଚକ୍ରପାଣି ଚିନ୍ତା ଦହନ, ଚିନ୍ତନକାରୀ ମୋହନ, ଚାଳ ଆଜ୍ଞାକୁ ବହନ |6|

ଛାତିରେ କୌସ୍ତୁଭ ମଣି, ଛବି ଯେହ୍ନେ ଦିନମଣି, ଛନ୍ଦ କିମ୍ପା ଅଛି ମଣି |7|

ଜୟ ତ୍ରିଭଙ୍ଗିମା ଠାଣି, ଜଣାଏ ବଂଶୀ ପାଣିକି, ଯାଉ ମୋ ଦୁଃଖ ଏଣିକି |8|

ଝଳୀ ପିତାମ୍ବର ସୁନ୍ଦର, ଝଲକ କିମ୍ପା ଅଧର, ଝୁଲିବା ଚାଲି ସୁନ୍ଦର |9|

ନାରାୟଣ ନନ୍ଦନନ୍ଦନ, ନାଗରୀ ହୃଦଚନ୍ଦନ, ନିଳେ ଘେନ ନିବେଦନ |10|

ଟେକ ମହିମା ଯଦୁପତି, ଟାଣ ଅଘୋର ବିପତ୍ତି, ଟାଳି ନିଏ ମୋ ସମ୍ପତି |11|

ଠାବେ ଯୋଗୀ କରେ ଧ୍ୟାନକୁ, ଠୁଳେ ନ ଜାଣେ ଆନକୁ, ଠିକେ ହୁଅ ପ୍ରସନ୍ନକୁ |12|

❀❀❀❀❀



ସ୍ତୁତି ମାଳିକା 

SHARE

Milan Tomic

Hi. I’m Designer of Blog Magic. I’m CEO/Founder of ThemeXpose. I’m Creative Art Director, Web Designer, UI/UX Designer, Interaction Designer, Industrial Designer, Web Developer, Business Enthusiast, StartUp Enthusiast, Speaker, Writer and Photographer. Inspired to make things looks better.

  • Image
  • Image
  • Image
  • Image
  • Image
    Blogger Comment
    Facebook Comment

0 Comments:

Post a Comment