ଓଁ ଶ୍ରୀ ଗଣେଶାୟ ବିଘ୍ନେଶାୟ ନମୋ ନମଃ
Ganesh Stuti |
ଆମେ ଆଜି ପ୍ରଥମ ପୂଜ୍ୟ ଶ୍ରୀ ଗଣେଶଙ୍କ ସ୍ତୁତି ପାଠ କରିବା| ଯେକୌଣସି ପୂଜାବିଧି ଆରମ୍ଭରେ ଆମେ ପ୍ରଥମେ ଶ୍ରୀ ଗଣେଶଙ୍କୁ ଧ୍ୟାନ କରି ତାଙ୍କ ସ୍ତୁତି ଗାନ କରିଥାଉ| ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନବିନାଶକ ମଧ୍ୟ ଆମେ ଯେକୌଣସି କାର୍ଯ୍ୟ ଆରମ୍ଭରେ ତାଙ୍କୁ ଧ୍ୟାନ କରି ତାଙ୍କ ସ୍ତୁତିକୁ ଗାନ କରିବା ଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଥାଏ| ଚାଲନ୍ତୁ ଶ୍ରୀ ଗଣେଶ ସ୍ତୁତି ପାଠ କରିବା|
ଶ୍ରୀ ଗଣେଶ ସ୍ତୁତି
ଜୟ ଜୟ ଗଣନାଥ ଗୌରୀ ନନ୍ଦନ |
ଜୟ ଜୟ ଲମ୍ବୋଦର ଗଜେନ୍ଦ୍ର ବଦନ ||
ଜୟ ଜୟ ଗଣପତି ଖର୍ବ କୁନ୍ତଧାରୀ |
ଜୟ ଜୟ ଦୀର୍ଘବାହୁ ସୁଧା ଲଡ଼ୁଧାରୀ ||
ଜୟ ଜୟ ମୂଷିକ ବାହନ ବିଦ୍ୟାଧର |
ଜୟ ଜୟ ସୁନ୍ଦର ମୂରତି ଗଣେଶ୍ୱର ||
ଜୟ ରତ୍ନଗିରିଵାସୀ କପିଳ ଦ୍ୱିଦନ୍ତ |
ଜୟ ଜୟ ଚତୁର୍ଭୁଜ ସଦାଶିବ ସୁତ ||
ମହାକାୟ ଲକ୍ଷ୍ୟ ସ୍ଵର୍ଣ୍ଣବର୍ଣ୍ଣ ଗଜ କର୍ଣ୍ଣ |
ବିକଟ ବିଘ୍ନନାଶନ ସଙ୍କଟ ମୋଚନ ||
ଖଡ୍ଗଧର ଧୂମକେତୁ ଶୋଭେ ଶ୍ରୀଚନ୍ଦନ |
ସକଳ ଦେବତାଙ୍କର ଅଗ୍ରେ ତୋ ବନ୍ଦନ ||
ଗରବ ଗଞ୍ଜନ ସାଧୁ ଜନପ୍ରିୟ ସଦା |
କ୍ଷଣକେ ବୈରୀ କୁଳ କରିଦେଉ ପଦା ||
ଗଣ୍ଡସ୍ଥଳୁ ନିରନ୍ତର ମକରନ୍ଦ ବହେ |
ସୁନ୍ଦର ଯଜ୍ଞପଇତା କନ୍ଧେ ଶୋଭା ପାଏ ||
ଏକ ହସ୍ତେ ପାଶାଙ୍କୁଶ ମାଳି ଅନ୍ୟ ହସ୍ତେ |
ତୋର ଯେ ଶୋଭା ପାଏ ପଦ୍ମ ଏକ ହସ୍ତେ ||
କଣ୍ଠରେ ମୁକୁତା ହାର ସଦା ବିରଜାଈ |
କପାଳେ ଚନ୍ଦନ ବିନ୍ଦୁ ସୁନ୍ଦର ଦିଶଇ ||
ପିତାଙ୍କୁ ଦ୍ୱାରା ନିରୋଧ କଲୁ ଯେତେବେଳେ |
କାଟି ପକାଇଲେ ଶିର ଶିବ ସେତେବେଳେ ||
ସୂର୍ଯ୍ୟ କୋଟି ପ୍ରକାଶିତ ଭୀମ ବିନାୟକ |
ହ୍ରୁଦପ୍ରିୟ ବ୍ରହ୍ମଚାରୀ ଅଜ୍ଞାନୀ ଅନ୍ତକ ||
ଶୁଦ୍ଧ ସୁବର୍ଣ୍ଣର ପ୍ରାୟେ ଶରୀର ଦିଶଇ |
କର୍ଣ ଯୁଗଲେ କୁଣ୍ଡଳ ତେଜେ ବିରାଜଇ ||
ଅଜିତ ଜୟବର୍ଦ୍ଧନକାରି ଦେଵରୂପୀ |
ଯଜ୍ଞରୂପୀ ପିଷ୍ଣୁରୂପୀ କନ୍ଦର୍ପସ୍ୱରୂପୀ ||
ଆଦିଦେବ ଆଦିକର୍ଣ୍ଣ ମାୟାବିବର୍ଜିତ |
ନାମୋ ନାମୋ ଗଣପତି ତ୍ରୈଲୋକ ପୂଜିତ ||
ସେନଧ୍ୟକ୍ଷ ଜାଡ୍ୟ ହର କଲ୍ୟାଣ ଦାୟକ |
ଆମ୍ବିକେୟ ଅରବିନ୍ଦ ହେ ଚଣ୍ଡୀନାୟକ ||
ବ୍ରାହ୍ମଣ ପ୍ରିୟ ଭକତବନ୍ଧୁ ଦୟାମୟ |
ଜ୍ଞନର ଗରିଷ୍ଠ ଦେଵଦୈତ୍ୟ ସେବନିଅ ||
ରକ୍ତମନ୍ଦାର ମାଳରେ ତନୁ ବିଭୂଷିତ |
ନିଶ୍ଚଳ ଅଗ୍ନି ବଦନ ନିର୍ଗୁଣ ଆରକ୍ତ ||
ମେରୁ ମନ୍ଦାର ସ୍ୱରୂପ ବିରୂପ ସ୍ୱରୂପ |
ଭିନ୍ନାଞ୍ଜନ ସମା ପ୍ରଭୁ ଦଣ୍ଡୀ ଗଜରୁପ ||
ରକତଚନ୍ଦନ ରକ୍ତଵସ୍ତ୍ର ପରିଧାନ |
ନମସ୍ତେ ନମସ୍ତେ ପ୍ରଭୁ ଅମ୍ବିକା ନନ୍ଦନ ||
ପ୍ରସାରିତ ମଧୁଗନ୍ଧ ଆଘ୍ରାଣ ଲୋଲୁପ |
ହୋଇ ବିରାଜନ୍ତି ଗଣ୍ଡସ୍ଥଳରେ ମଧୁପ ||
ଦନ୍ତଘାତ ବିଦାରିତ ବଇରୀ ରୂଧିରେ |
ରକ୍ତ ସିନ୍ଦୁର ପରାଏ ଦେହ ଶୋଭା ଧରେ ||
ଶଙ୍କୁବର୍ଣ ପ୍ରଚଣ୍ଡ ହେ ଶାନ୍ତ ଭାବାତ୍ମଜ |
ରୂଷି ବନ୍ଦନୀୟ ତୁମ୍ଭ ଚରଣ ପଙ୍କଜ ||
ନମୋ ବିଘ୍ନ ବିନାୟକ ଅଭୟ ବରଦ |
କି ସ୍ତୁତି କରିବି ମୁହିଁ ଅଜ୍ଞାନ ନିର୍ବୋଧ ||
ହେ ପ୍ରଭୁ ପାର୍ବତୀ ସୁତ ମୋତେ କୃପା କର |
ଜନ୍ମେ ଜନ୍ମେ ସେବୁ ଥିବି ତୋହର ପୟର ||
ନାହିଁ ମୋର ବିଦ୍ୟା ବୁଦ୍ଧି ସହଜେ ମୁରୁଖ |
ତମ ସ୍ତୁତି କରିବାକୁ ନାହିଁ ମୋର ସଖ୍ୟ ||
ଦୟା କର ଆହେ ପ୍ରଭୂ ଗିରିଜା ନନ୍ଦନ |
ତୋହର ଚରଣ ତଳେ ଗଲି ମୁଁ ଶରଣ ||
ଶ୍ରୀ ଗଣେଶ ସ୍ତୁତି ପରି ଅନ୍ୟ ସମସ୍ତ ଦେବତାଙ୍କ ସ୍ତୁତି ଆପଣମାନେ ଆମ oomii05.com ୱେବସାଇଟ ରେ ପାଇପାରିବେ | ଯେପରିକି ଶିଵସ୍ତୁତି, ଲକ୍ଷ୍ମୀସ୍ତୁତି, ଦୁର୍ଗାସ୍ତୁତି, ମଙ୍ଗଳାସ୍ତୁତି, ଇତ୍ୟାଦି ଅନେକ କିଛି |
ଆପଣମାନଙ୍କ ବହୁ ମୂଲ୍ୟ ସମୟରୁ କିଛି ସମୟ ଭଗବାନଙ୍କ ଧ୍ୟାନରେ ବିତେଇଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ |
OOM SHRI GANESAYA BIGHNESAYA NAMO NAMHA
SHRI GANESH STUTI
JAYA JAYA GANANATHA GOURI NANDANA |
JAYA JAYA LAMBODARA GAJENDRA BADANA ||
JAYA JAYA GANAPATI KHARBA KUNTADHARI |
JAYA JAYA DIRGHABAHU SUDHA LADUDHARI ||
JAYA JAYA MUSIKA BAHANA BIDYADHARA |
JAYA JAYA SUNDARA MURATI GANESWARA ||
JAYA RATNAGIRIBASI KAPILA DWIDANTA |
JAYA JAYA CHATURVUJA SADASIBA SUTA ||
MAHAKAYA LAKYA SWARNABARNA GAJA KARNA |
BIKATA BIGHNANASANA SANKATA MOCHANA ||
KHADAGADHARA DHUMAKETU SOVE SREECHANDANA |
SAKALA DEBATANKARA AGRE TO BANDANA ||
GARABA GANJANA SADHU JANAPRIYA SADA |
KHYNAKE BAIRI KULA KARIDEU PADA ||
GANDASTALU NIRANTARA MAKARANDA BAHE |
SUNDARA JANGYA PAITA KANDHE SOVA PAE ||
EKA HASTE PASANKUSA MALI ANYA HASTE |
TORA JE SOBHAPAE PADMA EKA HASTE ||
KANTHARE MUKUTA HARA SADA BIRAJAI |
KAPALE CHANDANA BINDU SUNDARA DISAI ||
PITANKU DWARA NIRODHA KALU JETEBELE |
KATI PAKAILE SIRA SIBA SETEBELE ||
SURJYA KOTI PRAKASITA BHIMA BINAYAKA |
HRUDAPRIYA BRAHMACHARI AGYNI ANTAKA ||
SUDHA SUVARNA PRAYE SARIRA DISAI |
KARNA JUGALE KUNDALA TEJE BIRAJAI ||
AJITA JAYABARDHANAKARI DEBARUPI |
JAGNYARUPI BISHNURUPI KANDARPASWARUPI ||
ADDIDEBA ADIKARNA MAYABIBARJITA |
NAMO NAMO GANAPATI TRAILOKA PUJITA ||
SENADHYKHYA JADYA HARA KALYANA DAYAKA |
AMBIKEYA ARABINDA HE CHANDINAYAKA ||
BRAHMANA PRIYA BHAKATABANDHU DAYAMAYA |
GYANARA GARISTA DEBADAITY SEBANIA ||
RAKTAMANDARA MALARE TANU BIVUSITA |
NISCHALA AGNI BADANA NIRGUNA ARAKTA ||
MERU MANDARA SWARUPA BIRUPA SWARUPA |
BHIMANJANA SAMA PRABHU DANDI GAJARUPA ||
RAKATACHANDANA RAKTABASTRA PARIDHANA |
NAMASTE NAMASTE PRABHU AMBIKA NANDANA ||
PRASARITA MADHUGANDHA AGHRANA LOLUPA |
HOI BIRAJANTI GANDASTALARE MADHUPA ||
DANTAGHATA BIDARITA BAIRI RUDHIRE |
RAKTA SINDURA PARAE DEHA SOBHA DHARE ||
SANKUBARNA PRACHANDA HE SANTA VABATMAJA |
RUSI BANDANIYA TUMBHA CHARANA PANKAJA ||
NAMO BIGHNA BINAYAKA AVAYA BARADA |
KI STUTI KARIBI MUHNI AGYANA NIRBODHA ||
HE PRABHU PARBATI SUTA MOTE KRUPA KARA |
JANME JANME SEBUTHIBI TOHARA PAYARA ||
NAHI MORA BIDYABUDHI SAHAJE MURUKHA |
TABA STUTI KARIBAKU NAHI MORA SAKHYA ||
DAYAKARA AHE PRABHU GIRIJA NANDANA |
TOHARA CHARANA TALE GALI MU SARANA ||
Shri Ganesh stuti pari anya samasta debatanka stuti apanamane ama oomii05.com website re paiparibe. Jepariki sibastuti, lakhmistuti, durgastuti, mangalastuti, ityadi anek kichi.
Apana mananka bahu mulya samayaru kichi samaya bhagabananka dhyanare bitaithiba hetu apanamananku dhanyabad.
0 Comments:
Post a Comment