ଜୟ ତୁ ଦୁର୍ଗା ମାଗୋ ଅନାଦି ସିଦ୍ଧକାଏ ।।
ନମସ୍ତେ କାତ୍ୟାୟନୀ ମାଗୋ ଜଗତ ଯୋଗେଶ୍ୱରୀ ।
ସତ୍ୟଯୁଗେ ମାଗୋ ମହିଷାସୁର ଦର୍ପହାରି ।।
କାଳି ତୁ କରାଳି ମାଗୋ ବିକଟ ବିକରାଳି ।
ମସ୍ତକେ ସିନ୍ଦୁର ମାଗୋ ହସ୍ତରେ ଜପାମାଳି ।।
ଢ଼ଳ ଢ଼ଳ ନୟନୀ ମାଗୋ ବକ୍ର ତୋ ଚାହାଣି ।
କଜ୍ଵଳରେଖା ମାଗୋ ପାଉ ତୁ ଶୋଭାପୁଣି ।।
ଅତି ସୁବେଶରେ ମାଗୋ ନାସାର ବସଣି ।
ମୁକୁତା ଝରା ମାଗୋ ବେଣ୍ଟୁଳା ହୀରାମଣି ।।
ହରଙ୍କ ଘରଣୀ ମାଗୋ କୈଳାସ ମଣ୍ଡନୀ ।
ବିନ୍ଧ୍ୟଗିରି ବାସିନୀ ମାଗୋ ଦୁର୍ଗତି ନିବାରିଣୀ ।।
ଅନନ୍ତ ବ୍ରହ୍ମାଣ୍ଡେ ମାଗୋ ଅସୁର ମାଇଲୁ ।
ଚଉଦ ବ୍ରହ୍ମାଣ୍ଡେ ମାଗୋ ମହାମାୟୀ ବୋଲାଇଲୁ ।।
ମଦ, ମାଂସ ମଦିରାରେ ମାଗୋ ହୋଇଲୁ ମତୁଆଳି।
ରଣରଙ୍ଗ ଭୂମିରେ କ୍ରୀଡ଼ାରଙ୍ଗ ଖେଳି ।।
ସକଳ ସଂସାରେ ମାଗୋ ତୁମ୍ଭର ଯେ ମାୟା ।
ମୋ ପ୍ରତି ପ୍ରସନ୍ନ ହୁଅ ଦେବୀ ମହାମାୟା ।।
ତୋତେ ସୁମରଣା ମାଗୋ କରନ୍ତି ପଶୁପତି ।
ତୋତେ ସୁମରିଲେ ଯେ ନଥାଏ ଭୟଭ୍ରାନ୍ତି ।।
ଚରଚିକା ଖେଚରି ମାଗୋ ଅଟୁ ତୁ ଡ଼ାଙ୍କେଶ୍ଵରୀ ।
ଚାଚେକୀ ରାମଚଣ୍ଡୀ ମାଗୋ ଦିଶୁ ତୁ ଭୟଙ୍କରୀ ।।
ଆୟୁଧ ଘେନିଣ ମାଗୋ ବସିଲୁ ସିଂହପିଠି ।
ଭାରା ଉଦ୍ଭାସିଲୁ ମାଗୋ ଧଇଲୁ ରୂପ ଗୋଟି ।।
ରାଜାଙ୍କ ମନ୍ଦିରେ ମାଗୋ ଅହର୍ନିଶି ଥାଉ ।
ବରଷ ପୂରିଲେ ମାଏ ଛାଗଳ ବୋଦା ଖାଉ ।।
ବାଳ ବୃଦ୍ଧା ଯୁବା ମାଗୋ ତିନି ରୂପ ଧରୁ ।
ସଙ୍କଟ ପଡ଼ିଲେ ମାଗୋ ପ୍ରାଣୀଙ୍କି ଉଦ୍ଧାରୁ ।।
ମୋର ଏ ବିପତ୍ତି ମାଗୋ ସହି ନପାରିଲି ।
ତେଣୁ କରି ତୋତେ ମାଗୋ ସୁମରଣା କଲି ।।
ଏଘୋର ସଙ୍କଟୁ ମାଗୋ ପାରି କର ମୋତେ ।
ତେବେ ତୋ କୀରତି ମାଗୋ ରହିବ ଜଗତେ ।।
ଆତଙ୍କ ନାଶିନୀ ମାଗୋ ବାରେ ଦୟା କର ।
କଥାଏ ମାଗୁଛି ମାଗୋ ଦେବୁ ମୋତେ ବର ।।
ନମସ୍ତେ ନମସ୍ତେ ମାଗୋ ଦୁର୍ଗତି ନାଶିନୀ ।
ନମସ୍ତେ ନମସ୍ତେ ମାଗୋ ଖର୍ପର ଧାରିଣୀ ।।
ନମସ୍ତେ ଆଦିଶକ୍ତି ତ୍ରିପୁର ମୋହିନୀ ।
ନମସ୍ତେ ସିଂହବାହିନୀ ତ୍ରିଲୋକ କାରିଣୀ ।।
ଚରାଚର ଗତି ମାଗୋ ଜଗତ ଆଧାର ।
ପ୍ରସନ୍ନ ହୋଇଣ ମୋତେ ଦୁସ୍ତରୁ ନିସ୍ତାର ।।
ଜୟ ବିପଦ ନାଶିନୀ ଦୟା କର ମୋତେ ।
ସଙ୍କଟ କାଳରେ ମାତ୍ର ଚିନ୍ତା କଲି ତୋତେ ।।
ଜୟ ଭଗବତୀ ମାଗୋ ଫେଡ଼ ମୋ ଦୁର୍ଗତି ।
ଆଶ୍ରା ଦେଇ ପାଦ ତଳେ ଦିଅ ସଦ୍ଗତି ।।
. ଜୟ ମା ଦୁର୍ଗା | ଆପଣ ଙ୍କ ବହୁ ମୂଲ୍ୟ ସମୟ ରୁ କିଛ ସମୟ ମା ଦୁର୍ଗାଙ୍କ ସ୍ତୁତି ପଠନ ରେ ବିତେ ଇ ଥିବା ହେତୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ | କୃପା ମଇ ମା ଦୁର୍ଗା ଙ୍କ କୃପା ଆପଣ ମାନଙ୍କ ଉପରେ ସଦା ବଜାୟ ରହୁ। | ଧନ୍ୟବାଦ !
ଏହି ପରି ସମସ୍ତ ଦେବା ଦେବୀ ଙ୍କ ସ୍ତୁତି, ବ୍ରତକଥା,ମନ୍ତ୍ର ଆଦି ପଢିବା ନିମନ୍ତେ ଆମ ବ୍ଲଗ oomii05 କୁ ଆସନ୍ତୁ, ସର୍ବ ଦେବାଦେବୀଙ୍କ କୃପାପାନ୍ତୁ |ଧନ୍ୟବାଦ!
0 Comments:
Post a Comment