Comments

recentcomments

SHRI RAM STUTI ଶ୍ରୀରାମ ସ୍ମୃତି

 ଶ୍ରୀରାମ ସ୍ମୃତି 

ଜୟ ଶ୍ରୀ ରାମ 

ନମସ୍ତେ ନମସ୍ତେ ପ୍ରଭୁ କୌଶଲ୍ୟା ନନ୍ଦନ | ନମସ୍ତେ ନମସ୍ତେ ପ୍ରଭୁ ଅହଲ୍ୟା ତାରଣ || 

ନମସ୍ତେ ନମସ୍ତେ ପ୍ରଭୁ ଦଶରଥ ସୁତ | ନମସ୍ତେ ନମସ୍ତେ ପ୍ରଭୁ ଅନାଦି ଅଚ୍ୟୁତ || 

ନମସ୍ତେ ହେ ମୀନ ଦେବ ଶଙ୍ଖାସୁର ହନ୍ତା | ନମସ୍ତେ କୂର୍ମ ବରାହ ଧରଣୀ ରଖନ୍ତା || 

ନମସ୍ତେ ବାମନ ବଳୀ ଦାନବ ଦଳନ | ନମସ୍ତେ ହେ ପର୍ଶୁରାମ ଗରବ ଗଞ୍ଜନ ||

ନମସ୍ତେ ହେ ରଘୁନାଥ ଚତୁର୍ଦ୍ଧା ମୁରତି | ନମସ୍ତେ ଜଗତପତି ଅଗତିର ଗତି || 

ନମସ୍ତେ ଯୋଗୀଙ୍କ ଜପାମାଳି ଜନାର୍ଦ୍ଦନ | ନମସ୍ତେ ଜାନକୀ କାନ୍ତ ଗରୁଡ଼ ବାହନ ||

ଜୟ ଜୟ ରଘୁନାଥ ଶରଣ ରକ୍ଷଣ | ମିତ୍ର ଛଳେ ବାଳୀର ଘେନିଲ ପରାଣ ||

ଜୟ ଜୟ ରଘୁନାଥ ଗତି ମୁକ୍ତି ଦାତା | ଜୟ ଜୟ ରଘୁନାଥ ଜଗତ କରତା ||

ଜୟ ଜୟ ରଘୁନାଥ ଅହଲ୍ୟା ତାରଣ | ଜୟ ଜୟ ରଘୁନାଥ କୋଦଣ୍ଡ ଧାରଣ || 

ଜୟ ଜୟ ରଘୁନାଥ ସୂର୍ଯ୍ୟ କୁଳମଣି | ଜୟ ଜୟ ରଘୁନାଥ ହେ କୋଦଣ୍ଡ ପାଣି ||

ଜୟ ଜୟ ରଘୁନାଥ ଜାନକୀଙ୍କ ପତି | ଜୟ ଜୟ ରଘୁନାଥ ଯୋଗୀଙ୍କ ସମ୍ପତ୍ତି ||

ଜୟ ଜୟ ଅଭୟ ବରଦ ଦୀନନାଥ | ଜୟ ଜୟ ଅହଲ୍ୟା ତାରଣ ଲକ୍ଷ୍ମୀକାନ୍ତ || 

ଜୟ ଜୟ ରଘୁନାଥ ଶଙ୍ଖଚକ୍ରଧାରୀ | ଜୟ ଜୟ ରଘୁନାଥ ବୈକୁଣ୍ଠ ବିହାରୀ || 

ଜୟ ଜୟ ରଘୁନାଥ ଭକତଙ୍କ ବନ୍ଧୁ | ଜୟ ଜୟ ରଘୁନାଥ କୃପାମୟ ସିନ୍ଧୁ ||

ଜୟ ଜୟ ରଘୁନାଥ ଦୁଃଖୀ ଦୁଃଖହନ୍ତା | ଜୟ ଜୟ ରଘୁନାଥ ହେ ସୃଷ୍ଟି କରତା ||

ଜୟ ଜୟ ଦୂରିତନାଶନ ଭକ୍ତବନ୍ଧୁ | ଜୟ ଜୟ ପତିତପାବନ ଦୀନବନ୍ଧୁ ||

ଜୟ ଜୟ ଦଇତାରୀ ମୁକୁନ୍ଦ ମୁରାରୀ | ଜୟ ଜୟ ଶଙ୍ଖଚକ୍ର ଗଦାପଦ୍ମ ଧାରୀ ||

ଜୟ ଜୟ ଆରତ ଧ୍ବଂସନ ପୀତବାସ | ଜୟ ଜୟ କୌଶଲ୍ୟା ନନ୍ଦନ ହୃଷୀକେଶ || 

ଜୟ ଜୟ ଦୁଷ୍ଟ ନିବାରଣ ଭଗବାନ | ଜୟ ଜୟ ନିଳ ତନୁ ଜାନକୀ ଜୀବନ || 

ଜୟ ଜୟ କ୍ଷୀରସିନ୍ଧୁ ଅନନ୍ତ ଶୟନ | ଜୟ ଜୟ ଦୟାମୟ ନିତ୍ୟ ନିରଞ୍ଜନ ||

ଜୟ ଜୟ ତ୍ରିଭୁବନ ବ୍ୟାପକ ଶ୍ରୀ ହରି | ଜୟ ଜୟ ରାବଣର ଗର୍ବ ଖର୍ବକାରି ||

ଜୟ ଜୟ ସୀତାପତି ସତ୍ୟ ସନାତନ | ଜୟ ଜୟ ପଦ୍ମ ନେତ୍ର ଶ୍ରୀବତ୍ସଲାଞ୍ଚନ || 

ଜୟ ଜୟ ରଘୁନାଥ କୌସ୍ତୁଭ ଭୂଷଣ | ଜୟ ଜୟ ଜୟ ମୁନି ମାନସ ହରଣ ||

ଜୟ ଜୟ ଦେବତାଙ୍କ ସହାୟ କାରକ | ଜୟ ଜୟ ଦେବ ଭବଭୟ ନିବାରକ || 

ଜୟ ଜୟ ରଘୁନାଥ ପ୍ରଭୁ ଦାଶରଥୀ | କୌଶଲ୍ୟା ନନ୍ଦନ ଦେବ ଅପୂର୍ବ ମୁରତି || 

ଜୟ ରାଘବ ରାବଣ ଗରବ ଗଞ୍ଜନ | ଜୟ ପ୍ରଭୁ ଇନ୍ଦ୍ରଜିତ ମାୟା ବିଧ୍ୱଂସନ || 

ଜୟ ରାଜଇନ୍ଦ୍ର ଦେବ ଲୋକ ଅଭିରାମ | ଜୟ ଜୟ ରଘୁକୁଳ ତିଳକ ଶ୍ରୀରାମ || 

ଜୟ ସୁଗ୍ରୀବ ମଇତ୍ର ଵାଲୀ ବିଧ୍ୱଂସନ | ଜୟ ଦଇତାରୀ ଘୋର ଦୁରିତ ନାଶନ ||

ଜୟ ନାଥ ବିଭୀଷଣ ଶରଣ ରକ୍ଷଣ | ଜୟ ନରକ ଅନ୍ତକ ସର୍ବ ସୁଲକ୍ଷଣ ||

ଜୟ ପାପ ତାପହାରି ଜଗତ ଜୀବନ | ଜୟ ଧନୁ ଭଗ୍ନକାରୀ ଶ୍ରୀ ରଘୁନନ୍ଦନ || 

ଜୟ ପୁରୁଷୋତ୍ତମ ପ୍ରଭୁ ଭଗବାନ | ଜୟ ଶ୍ରୀ ସଚ୍ଚିଦାନନ୍ଦ ଜୟ ସନାତନ ||

ଜୟ ଚତୁର୍ଦ୍ଧା ମୁରତି ଚାରି ଅଂଶେ ଜାତ | ଶ୍ରୀରାମ ଲକ୍ଷ୍ମଣ ଶତୃଘନ ଯେ ଭରତ ||

ଏହି ଚାରିନାମ ହୋଇ ଲୀଳା ବିସ୍ତାରିଲ | ସୀତା ଛଳେ ଦୁଷ୍ଟ ଦାନବକୁ ବିନାଶିଲା || 

ତୋହର ମହିମା ପ୍ରଭୁ କେ କହିପାରିବ | ଦେବତାମାନଙ୍କୁ ଯାହା ଅଟଇ ଦୁର୍ଲ୍ଲଭ ||

ବାଳ ଅରୁଣକୁ ନିନ୍ଦେ ଶ୍ରୀମୁଖ ତୋହର | ରତ୍ନମୁକୁଟ ଶିରରେ ଦିଶେ ମନୋହର || 

ଶ୍ରୀବତ୍ସ ଲାଞ୍ଛନ ରାଜେ କଭସ୍ତୁଭ ହାର | ବନମାଳ ବୈଜୟନ୍ତୀ ଦିଶଇ ସୁନ୍ଦର || 

ରଙ୍ଗରାଜୀବ ପାଦକୁ କି ଦେବି ଉପମା |ବର୍ଣ୍ଣି ନ ପାରନ୍ତି ଯାହା ଶେଷ ଦେବ ବ୍ରହ୍ମା || 

ସନ୍ଥଜନମାନଙ୍କୁ ଯେ ରଖିଲ କୁଶଳେ | ଗରବ ଗଞ୍ଜନ ବାନା ଉଡ଼ାଇଲ ହେଳେ || 

ତୋ ମହିମା ଦେବ ଦାନବଙ୍କୁ ତ ଦୁର୍ଲ୍ଲଭ | ତୁ କେଶୀ ହନ୍ତା ମୁରାରୀ ତୁ ବିଜୁଳି ପ୍ରଭ || 

ତୁ ଅଟୁ ଜଗତ ପିତା ସର୍ବଲୋକ ବନ୍ଧୁ | ସୀତା ଠାକୁରାଣୀଙ୍କର ଅଟୁ ପ୍ରାଣବନ୍ଧୁ || 

ତୋ ନାମ ଶ୍ରୀପତି ଶ୍ରୀଧର ଯେ ଶ୍ରୀନିବାସ | ରାଜା ଗଘୁବର ରାଘବ ଯେ ହୃଷୀକେଶ || 

ଅପୂର୍ବ ମୁରତି ସୀତାପତି ଦିବ୍ୟଦେହ | ସୁଯୋଗ୍ୟ ପୁରୁଷ ତୁହି ଅଟୁ ମହାଶୟ || 

ସର୍ବ କର୍ମ ନିର୍ମାଣର ଦାତା ତୁ ବୋଲାଉ | ଜ୍ଞାନ ଦେଇ ଅଜ୍ଞାନକୁ ଦୂରକରି ଦେଉ || 

ତୁହି ହର୍ତ୍ତା ତୁହି କର୍ତ୍ତା ତୁହି ଇଷ୍ଟକାର | ତୁହି ଧ୍ୟାନ ତୁହି ଧେୟ ତୁହି ସ୍ୱାହାକାର ||

ଆତ୍ମାର ମଧ୍ୟ ତୁହି ସର୍ବ ଆତ୍ମାଧାର | ଧର୍ମ କର୍ମ ଆଦି ସର୍ବ ସିଦ୍ଧାନ୍ତ ତୋହର ||

ଯୁଗାନ୍ତ ଶେଷ ପୁରୁଷ ପୁରାତନ ବ୍ୟକ୍ତି | ତୋହର ସ୍ୱରୂପ ପ୍ରଭୁ କହି ନ ଜାଣନ୍ତି ||

ଦେବା ପ୍ରିୟ ବୋଲି ତୋତେ ବୋଲଇ ଜଗତ | ଅଦୃଶ୍ୟ ଅବ୍ୟକ୍ତ ତୁହି ଅବ୍ୟୟ ଅଚିନ୍ତ୍ୟ ||

ତୁ ନକ୍ଷେତ୍ର ତୁ ଆକାଶ ଜଜ୍ଞଚର ତୁହି | ତୁହି ସ୍ୱେଦଜ ଉଦ୍ଭିଜ ଯୋଗେଶ୍ୱର ତୁହି ||

ତୁହି ହାର୍ଟ ତୁହି କର୍ତା ତୁହି ସ୍ଵହାକାର | ତୁ ଅନଳ ତୁ ପବନ ତୁହି ନିରାକାର || 

କୃତାଞ୍ଜଳୀ ପୁଟେ ମୁହିଁ କରୁଛି ଗୁହାରି | ଦୀନ ହୀନ କୁ ଉଦ୍ଧାର କର ହେ ଶ୍ରୀହରି ||


✿✿✿✿✿
SHARE

Milan Tomic

Hi. I’m Designer of Blog Magic. I’m CEO/Founder of ThemeXpose. I’m Creative Art Director, Web Designer, UI/UX Designer, Interaction Designer, Industrial Designer, Web Developer, Business Enthusiast, StartUp Enthusiast, Speaker, Writer and Photographer. Inspired to make things looks better.

  • Image
  • Image
  • Image
  • Image
  • Image
    Blogger Comment
    Facebook Comment

0 Comments:

Post a Comment