Pages

Friday, October 29, 2021

SHREE SURYA STUTI ଶ୍ରୀ ସୂର୍ଯ୍ୟ ସ୍ତୁତି

 🌼 ଶ୍ରୀ ସୂର୍ଯ୍ୟ ସ୍ତୁତି🌼

ଜୟ ସୂର୍ଯ୍ୟ ଦେବ 


ଜୟ ଜୟ ଆଦିଦେବ ଜୟ ନିରାକାର | 
ଜୟ ଜୟ ସହସ୍ରାଂଶୁ ଜୟ ଦିବାକର ||
 

ଧବଳ ଅମ୍ବୁଜଧର କଶ୍ୟପ ତନୁଜ |

ମହାପାପ ହରି ଦେବ ତେଜରାଜ ସୂର୍ଯ୍ୟ ||

 

ମହାଶୂର ମହାଜ୍ଞାନୀ ସର୍ବଲୋକ ସ୍ଵାମୀ |

ଛାୟା ପ୍ରାଣଧନ ଜୟ ଜୟ ଅନ୍ତର୍ଯ୍ୟାମୀ ||

 

କୋଟି ତେଜରାଶି ଘେନି ଦିଶୁଛ ସୁନ୍ଦର | 

ତିମିର ବିଧ୍ୱଂସି ପ୍ରତିଭା ଅନନ୍ତ ଭାସ୍କର ||


ବନଜ କୁସୁମ ସମ ଶ୍ରୀଅଙ୍ଗ ସୁଷମା |

ଅତନୁ ନିନ୍ଦିତ ତନୁ ନାହିଁ ତା ଉପମା ||


କଣ୍ଠେ ହାର କର୍ଣ୍ଣେ ସ୍ୱର୍ଣ୍ଣ କୁଣ୍ଡଳ ଶୋଭିତ | 

ବହୁଅଛି କୁଣ୍ଡଳରୁ ଅମୃତ ନିରତ ||


ଜୟଦେବ ଦେବ ଜୟ ଆଦିତ୍ୟ ହୃଦୟ | 

ଜୟ ଜୟ ନାରାୟଣ ଜୟ ମୃତ୍ୟୁଞ୍ଜୟ ||


ଜୟ ମାରକଣ୍ଡ ସର୍ବରୋଗ ନାଶକାରୀ | 

ପତିତ ଜନର ହୃଦ ପାପ ତାପହାରୀ ||


ଜୟ ଦିନେଶ ପଦ୍ମେଶ ସୁରେଶ ହୃଦେଶ | 

କି ବର୍ଣ୍ଣିବି ରୂପରାଶି ବିଶେଷ ଅଶେଷ ||

 

ଲୋହିତ ସ୍ୱନ୍ଦନାଧୂପ ଗ୍ରହକୁଳ ପତି |

ବିରଞ୍ଚି ନାରାୟଣ ହେ ଭକତ ସମ୍ପତ୍ତି ||

 

ଜୟ କୋଣାର୍କ ବିହାରୀ ଅର୍କରବି ଭାନୁ |

ଜୟ ଦିନନାଥ ଜୟ କଶ୍ୟପଙ୍କ ସୁନୁ ||


ରବିବାରେ ଏକାଦଶୀ ରବି ନାରାୟଣ | 

ନାମେ ଖ୍ୟାତ ଜଗତରେ ରହନ୍ତି ଶରଣ ||

 

ଯୋଗକଳ୍ପା, କମଳିନୀ ହୃଦୟ ଈଶ୍ୱର |

କଲ୍ୟାଣ କରହେ ସଦା ଜୀବଜଗତର ||

 

ଶ୍ରୀକୃଷ୍ଣ ନନ୍ଦନ ଶାମ୍ବ ନିଶ୍ଚଳା ଭକତି |

ଉଦୟାଚଳ ବିହାରୀ ତିମିର ଆରତୀ || 


କରି ମହାକୁଷ୍ଠ ରୋଗୁ ହୋଇଲେ ମୁକତି | 

ଦୀନବନ୍ଧୁ ସ୍ଥାବର ହେ ଜଙ୍ଗମ ବିଭୁତି ||

 

ଜୟ ଶରଣ ରକ୍ଷଣ ଅଗତିର ଗତି |

ତବ ପାଦପଦ୍ମ ରହୁ ନିଶ୍ଚଳେ ମୋ ମତି ||


ଅପ୍ରମେୟ ବିଶ୍ୱଜ୍ୟୋତି ରବିନାରାୟଣ |

ପାତକୀ ଶେଖର ମୁହଁ ଘେନ ହେ ଶରଣ ||

 

ଜଣାଏ ବିନୟ ଭରେ ପ୍ରଭୁ ମୋ ପ୍ରଣତି |

ସଂସାର କଷଣୁ ମୋତେ ଦିଅ ସଦ୍‌ଗତି ||

 

ତୁହି ମାତା ତୁହି ପିତା ତୁହି ସହୋଦର |

ଅବୋଧ ତନୁଜ ମୁହିଁ ଘେନ ନମସ୍କାର ||


🙏🙏🙏


        ଜୟ ସୂର୍ଯ୍ୟଦେବ,ଆପଣଙ୍କ ବହୁ ମୂଲ୍ୟ ସମୟରୁ କିଛି ସମୟ ବାହାର କରି ଶ୍ରୀ ସୂର୍ଯ୍ୟ ଦେବଙ୍କ ସ୍ତୁତି ଟିକୁ ପଠନ କରି ତାଙ୍କ ଅପାର କୃପା ଲାଭ କରିଥିବେ ବୋଲି ଆମର ବିଶ୍ୱାସ, ଭଗବାନ ରବିନାରାୟଣ ଆପଣଙ୍କ ମଙ୍ଗଳ କରନ୍ତୁ |

        ଆମ ଲେଖାଟି ଆପଣ ମାନଙ୍କୁ ପସନ୍ଦ ଲାଗିଲେ ଏହାକୁ ଅନ୍ୟକୁ ସେର କରନ୍ତୁ, ଏହିପରି ସମସ୍ତ ପ୍ରକାର ସ୍ତୁତି ମାଳିକା, ବ୍ରତ କଥା, ଆଳତି, ଆଦି ପଢିବା ନିମନ୍ତେ ଆମ ବ୍ଲଗ oomii05.com କୁ ଆସନ୍ତୁ ଧନ୍ୟବାଦ !

No comments:

Post a Comment