Comments

recentcomments

VINAYAKA BRATA KATHA ବିନାୟକ ବ୍ରତ କଥା

 ବିନାୟକ ବ୍ରତ କଥା 

ବିନାୟକ ବ୍ରତ କଥା ଆରମ୍ଭ 
Vinayak brata katha, Ganesh brata katha
Vinayak Brata Katha

ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟୀ ସମପ୍ରଭଃ। 
ନିର୍ଭିଗ୍ନଂ କୁରୁମେ ଦେଵ ସର୍ବକାର୍ଯ୍ୟେସୁ ସର୍ଵଦା। 


ଶୌନକାଦି ମହର୍ଷିଗଣ ନୈମିଷା ଅରଣ୍ଯରେ ସୂତ ମହର୍ଷିଙ୍କୁ କହିଲେ, ହେ ସୂତ ପୌରାଣିକ ।ଲୋକମାନଙ୍କର ନିର୍ବିଘ୍ନରେ କିପରି କାର୍ଯ୍ୟସିଦ୍ଧି ଓ ଅଭିଷ୍ଟ ସିଦ୍ଧି ହୁଏ ଏବଂ କେଉଁ କର୍ମଦ୍ଵାରା ପୁତ୍ର କଳତ୍ର , ସମ୍ପତ୍ତି ରାଜ୍ୟ ଓ ଐଶ୍ବର୍ଯ୍ୟ ଲାଭ ହୁଏ | ଆଉ ମଧ୍ୟ କେଉଁ ଦେବତାଙ୍କୁ ପୂଜା କଲେ ବାଣିଜ୍ୟ , କୃଷିରେ ଜୟ   ସିଦ୍ଧି ଓ ରାଜାଙ୍କର ଶତ୍ରୁ ଜୟ ହୁଏ | ଏ ସମସ୍ତ ବିସ୍ତାରପୂର୍ବକ କୁହନ୍ତୁ । ସୂତ କହିଲେ- ପୂର୍ବରେ କୁରୁ ପାଣ୍ଡବଙ୍କର ଯୁଦ୍ଧ ହେଉଥିବା ସମୟରେ ଯୁଧୁର ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ । କରିଥିଲେ , ହେ ଦେବକୀ ନନ୍ଦନ ବାସୁଦେବ ! କେଉଁ ଦେବତାଙ୍କୁ ପୂଜା କଲେ । ମୁଁ ନବିଘ୍ନରେ ଜୟଲାଭ କରିବି ଏବଂ ରାଜ୍ୟ ପ୍ରାପ୍ତି ହେବ , ତାହା ମୋତେ ଅନୁଗ୍ରହ । କରି କୁହନ୍ତୁ । ଶ୍ରୀକୃଷ୍ଣ କହିଲେ , ହେ ଯୁଧୁଷ୍ଠିର ମହାରାଜା , ଆପଣ ଉମାପୁତ୍ର । ଗଣନାଥଙ୍କୁ ପୂଜା କରନ୍ତୁ ତାଙ୍କୁ ପୂଜା କଲେ ନିଶ୍ଚୟ ରାଜ୍ୟ ପାଇବେ ଯୁଧର । । କହିଲେ , ହେ ଦେବ ! କେଉଁ ମାସର କେଉଁ ତିଥିରେ ଏବଂ କିପରି ବିଧୂରେ । ଗଣନାଥଙ୍କୁ ପୂଜା କଲେ ସେ ସିଦ୍ଧି ପ୍ରଦାନ କରିବେ କୁହନ୍ତୁ । ଶ୍ରୀକୃଷ୍ଣ କହିଲେ । ବ୍ରାହ୍ମଣ ବ ଅଭି ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରିବ । ଆଉ ତା ମାଘ , ଶ୍ରାବଣ ଓ ମାର୍ଗଶୀର ମାସ ଅଥବା ସବୁ ମାସର ଶୁକ୍ଳପକ୍ଷ ଚତୁର୍ଥୀରେ ଗଣନାଥଙ୍କୁ ପୂଜା କରିବ । ଯେତେବେଳେ ଚିତ୍ତରେ ଭକ୍ତି ହେବ ସେତେବେଳେ ମଧ୍ୟ ପୂଜା କରିବ

ଯେଉଁଦିନ ବ୍ରତ କରିବ , ସେଦିନ ପ୍ରାତଃ କାଳରେ ଧଳା ରାଶିରେ ସ୍ନାନକରି ମଧ୍ୟାହ୍ନରେ ଗଣେଶଙ୍କୁ ପୂଜା କରିବ । ଏକ ମୋହର , ଅର୍ଦ୍ଧ  ମୋହର ଅଥବା ତହିଁରୁ ଅର୍ଦ୍ଧ ସୁବର୍ଣ୍ଣ ଅଥବା ସ୍ବସକ୍ତି ଅନୁସାରେ ରୁପା ବା ମୂର୍ତ୍ତିକାରେ ଏକଦନ୍ତ । ସୁପକର୍ଣ୍ଣ  ହସ୍ତୀ ବଦନ , ଚତୁର୍ଭୁଜ ଓ ପାଶାଙ୍କୁଶ ଧର ସ୍ବରୂପ ନିର୍ମାଣ କରି ସେହି ମୂର୍ତ୍ତିକୁ ଭକ୍ତିପୂର୍ବକ ଧ୍ୟାନ କରିବ । ତତ୍ପରେ ପଞ୍ଚାମୃତରେ ସ୍ନାନ କରାଇବ । ତଦଅନ୍ତରେ ଗନ୍ଧ,ଆବାହନ, ଅର୍ଘ୍ୟ,ପାଦ୍ୟ,ରକ୍ତବସ୍ତ୍ର ଯୁଗଳ,ପୁଷ୍ପ,ଧୂପ,ଦୀପ,ନୈବେଦ୍ୟ, ଅଳଙ୍କାର ଓ ତାମ୍ବୁଳ ଯଥାକ୍ରମେ ମନ୍ତ୍ର ଉଚ୍ଚାରଣ କରି ପ୍ରଦାନ କରିବ ତଦଅନ୍ତରେ ଏକୋଇଶି ଗୋଟି ଦୁବ,ଚନ୍ଦନ,ଚାଉଳ ଓ ପୁଷ୍ପ ସହିତ ମୂଳ ମନ୍ତ୍ରରେ ପ୍ରଦାନ କରିବ । ତତ୍ପରେ ଘୃତପକୁ ଏକୋଇଶି ଗୋଟି ମୋଦକ ଗଣେଶଙ୍କୁ ଭୋଗକରି ଦଶଗୋଟି ବ୍ରାହ୍ମଣଙ୍କୁ ଦେବ। ନିଜେ ଦଶଗୋଟି ସେବନ କରିବ ଏବଂ ଗୋଟିଏ ଗଣନାଥଙ୍କୁ ପ୍ରଦାନ କରିବ । ଗଣେଶଙ୍କ ପ୍ରତିମାକୁ ମଧ୍ୟ ବ୍ରାହ୍ମଣକୁ ଦେଇ ଗଣେଶଙ୍କୁ ପ୍ରାର୍ଥନା କରିବ । ହେ ଗଜାନନ , ତୁମ୍ଭର ପ୍ରତିମୂର୍ତ୍ତିକୁ ବସ୍ତଯୁଗଳ ବେଷ୍ଟନ କରି ବ୍ରାହ୍ମଣଙ୍କୁ ପ୍ରଦାନ କରି ପ୍ରାର୍ଥନା କରୁଅଛି , ମୋର ଅଭିଷ୍ଟ ସିଦ୍ଧି କରନ୍ତୁ । ହେ ସର୍ବଦେବ ପୂଜିତ , ହେ ପାର୍ବତୀ ପୁତ୍ର , ମୋର ସକଳ ବିଘ୍ନ ବିନାଶ କରନ୍ତୁ । ମୁଁ କି ଛାର । ଆପଣ ଦାତା , ଆପଣ ଗ୍ରହିତା ଆପଣଙ୍କୁ ବାରମ୍ବାର ନମସ୍କାର କରୁଅଛି । ତଦନ୍ତରେ ବ୍ରାହ୍ମଣ ଭୋଜନ କରାଇବ । ହେ ଧର୍ମରାଜ ! ଏହିପରି ଗୁଣାପତିଙ୍କର ବ୍ରତ ପାଳନ କଲେ ତୁମ୍ଭର ବିଜୟ ନିଶ୍ଚୟ ଲାଭ ହେବ । ଏକଥା ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟ ଜାଣ । ମହାଦେବ ତ୍ରିପୁରାସୁର ମାରିବା ନିମିତ୍ତ ଏକ ବ୍ରତ କରିଥିଲେ । ଆଉ ମଧ୍ୟ ପୂର୍ବରେ ଇନ୍ଦ୍ର ବୃଦ୍ଧାସୁରକୁ ସ୍ମାରିବା ନିମନ୍ତେ , ଅହଲ୍ୟା ନିଜ ସ୍ବାମୀଙ୍କୁ ଖୋଜିବା ସମୟରେ , ଦମୟନ୍ତୀ ନଳଙ୍କୁ ପାଇବା ନିମନ୍ତେ , ରାମଚନ୍ଦ୍ର ରାବଣ ନେଇଥିବା ସୀତାଙ୍କୁ ପାଇବା ନିମନ୍ତେ , ହନୁମାନ ସୀତାଦେବୀଙ୍କୁ ପାଇବା ନିମନ୍ତେ , ଭଗୀରଥା ଗଙ୍ଗାକୁ ଆଣିବା ନିମନ୍ତେ , ଦେବତା ଓ ଅସୁରଗଣ ଅମୃତ ପାଇବା ନିମନ୍ତେ , ଗରୁଡ଼ ଅମୃତ ପାଇବା ନିମନ୍ତେ , ଏମାନେ ଶ୍ରୀ ଗଣନାଥଙ୍କୁ ପୂଜାକରି ଏ ବ୍ରତ ପାଳନ କରିଥିଲେ , ମୁଁ ମଧ୍ୟ ରୁକ୍ମିଣୀଦେବୀଙ୍କୁ ହରି ଆଣିବା ସମୟରେ ଶ୍ରୀ ଗଣନାଥଙ୍କୁ ପୂଜା କରି ରୁକ୍ମିଣୀଙ୍କୁ ପାଇଛି । ଆଉ ମଧ ଦୈତ୍ୟରାଜ ରୁକ୍ମିଣୀ ନନ୍ଦନକୁ ହରିନେବା ସମୟରେ ମୁଁ ରୁକ୍ମିଣୀ ସହ ଏ ବ୍ରତ ପାଳନ କରିଥିଲି । ଶାମ୍ବ ମ କୁଷ୍ଠ ରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ବ୍ରତ ପାଳନ କରି ସିଦ୍ଧି ଲାଭ କରିଥିଲେ ଅତଏବ ହେ ଯୁଧୁଷ୍ଠିର ତୁମ୍ଭେ ଜୟ କାମନାରେ ଶ୍ରୀଗଣନାଥଙ୍କୁ ପୂଜାକର ନିଶ୍ଚୟ ଜୟ ଲାଭ କରି ରାଜ୍ୟ ପାଇବ । ବିଦ୍ୟାଲାଭ ନିମନ୍ତେ ବିଦ୍ୟାର୍ଥୀଗଣ , ମନ କାମନାରେ ଧନ ପ୍ରାପ୍ତିଛୁକ ଲୋକ ଏବଂ ଉତ୍ତମ ପତି ପାଇବା ନିମନ୍ତେ ସ୍ତ୍ରୀଲୋକ , ଦୁଃଖୀଲୋକ ସୌଭାଗ୍ୟ ପାଇବା ନିମନ୍ତେ ଏହି ବ୍ରତ କଲେ ମନୋରଥ ସିଦ୍ଧି ହୁଏ । ବିଧବାମାନେ ଏହି ବ୍ରତ କଲେ ଅନ୍ୟ ଜନ୍ମରେ କେବେ ହେଁ ବୈଧବ୍ୟ ଦୁଃଖ ପାଆନ୍ତି ନାହିଁ । ବ୍ରହ୍ମା , ବିଷ୍ଣୁ , ମହେଶ୍ୱର , ସୂର୍ଯ୍ୟ ଓ ଦୁର୍ଗା ପ୍ରଭୃତି ସକଳ ଦେବତାଙ୍କୁ ପୂଜା କରିବା ସମୟରେ ପ୍ରଥମେ ଗଣାଧୂପତିଙ୍କୁ ପୂଜା କରିବାକୁ ହୁଏ । ଏଣୁ ଗଣେଶଙ୍କୁ ପୂଜା କଲେ ବିଷ୍ଣୁ , ମହାଦେବ , ସୂର୍ଯ୍ୟ ଅଗ୍ନି , ବରୁଣ ଓ ଦୁର୍ଗା ସମସ୍ତେ ପୂଜା ପାଆନ୍ତି । ସନ୍ତୁଷ୍ଟ ହୁଅନ୍ତି । ଆଉ ମଧ୍ୟ ଚଣ୍ଡିକାଦି ମାତୃଗଣ ସନ୍ତୁଷ୍ଟ ହୁଅନ୍ତି । ଅତଏବ ହେ ଯୁଧ୍ୟର- ଭକ୍ତି ପୂର୍ବକ ଏହି ଗଣନାଥଙ୍କୁ ପୂର୍ବକଥିତ ବିଧ ଅନୁସାରେ ବ୍ରତ କରି ପୂଜା କଲେ ସମସ୍ତ ଶତ୍ରଙ୍କୁ ଜୟ କରିବ ଏବଂ ନିଜ ରାଜ୍ୟ ପ୍ରାପ୍ତ ହେବ । ଅତଏବ ଏହି ବ୍ରତ କଲେ ସକଳ କାର୍ଯ୍ୟ ସିଦ୍ଧି ହୁଏ । ଶ୍ରୀକୃଷ୍ଣଙ୍କର ଏହି ଉପଦେଶ ଗ୍ରହଣ କରି ପାଣ୍ଟୁ ନନ୍ଦନ ଯୁଧୁଷ୍ଠିର ପାର୍ବତୀ ପୁତ୍ର ବିଘ୍ନରାଜଙ୍କୁ ପୂର୍ବୋକ୍ତ ବିଧ ପାଳନ କରି ପୂଜା କଲେ । ସେହି । ହେତୁ ଗଣେଶ୍ଵରଙ୍କ ପ୍ରସାଦରୁ ଶତ୍ରମାନଙ୍କୁ ଜୟ କରି ନିଜ ରାଜ୍ୟପ୍ରାପ୍ତ ହେଲେ । ସୂତ ମହର୍ଷି କହିଲେ- ଯେଉଁ ଲୋକ ଏହିପରି ସିଦ୍ଧ ବିନାୟକ ପୂଜା କରେ , ତାହାର ମନରେ ଚିନ୍ତା କରୁଥିବା କାର୍ଯ୍ୟସିଦ୍ଧ ହୁଏ । ସକଳ ସିଦ୍ଧି ପ୍ରଦାନ କରନ୍ତି । ତେଣୁ ତାଙ୍କର ନାମ ସିଦ୍ଧ ବିନାୟକ ଲୋକରେ ଖ୍ୟାତ ହୋଇଛି । ଯେଉଁ ଲୋକ ଏହି ବ୍ରତକଥା ଭକ୍ତି ସହକାରେ ଶ୍ରବଣ କରେ ତାହାର ମଧ୍ୟ ଗଣେଶଙ୍କ ପ୍ରସାଦରୁ ସକଳ କାର୍ଯ୍ୟ ସିଦ୍ଧି ହୁଏ ।

ଇତି ଭବିଷ୍ୟ ପୁରାଣ କଥିତ ସିଦ୍ଧ ବିନାୟକ ବ୍ରତ କଥା ସମ୍ପୂର୍ଣ୍ଣ ।

ବିନାୟକ ବ୍ରତ କଥା ପରି ଅନ୍ୟ ସମସ୍ତ ଦେବଦେବୀଙ୍କ ବ୍ରତ କଥା ଜାଣିବା ନିମନ୍ତେ ଆମ ବ୍ଲୋଗ oomii05.com କୁ ଭ୍ରମଣ କରନ୍ତୁ |

ଆପଣଙ୍କ ବହୁ ମୂଲ୍ୟ ସମୟରୁ କିଛି ସମୟ ବିନାୟକ ପୂରଣ ଜାଣିବାରେ ବିତାଇ ଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ |


SHARE

Milan Tomic

Hi. I’m Designer of Blog Magic. I’m CEO/Founder of ThemeXpose. I’m Creative Art Director, Web Designer, UI/UX Designer, Interaction Designer, Industrial Designer, Web Developer, Business Enthusiast, StartUp Enthusiast, Speaker, Writer and Photographer. Inspired to make things looks better.

  • Image
  • Image
  • Image
  • Image
  • Image
    Blogger Comment
    Facebook Comment

0 Comments:

Post a Comment