Comments

recentcomments

NABAGRAHA STUTI ନବଗ୍ରହ ସ୍ତୁତି

ନବଗ୍ରହ ସ୍ତୁତି

ଜୟ ନବଗ୍ରହ 


ହେ ନବଗ୍ରହ କରୁଣା କରନ୍ତୁ ବାରେ

 

ଅତି ଅସହାୟ ଦୁଃସହ ଦୁର୍ଗତି

 

ଜଣାଉଛି ପାଦତଳେ ହେ ନବଗ୍ରହ ||

 

ଶନି, ରାହୁ, କେତୁ, ବୁଧ, ବୃହସ୍ପତି, ରବି, ଚନ୍ଦ୍ର,

 

ଶୁକ୍ରଗ୍ରହ ଶୁଣନ୍ତୁ ମଙ୍ଗଳ ହେ ||


ତୁମ୍ଭର ହେଲେ ସୁଦୟା, ଶୁଦ୍ଧ ହେବ ମୋର କାୟା 


ରୋଗ ବ୍ୟାଧି ହଟିବ ତତ୍‌କାଳେ ହେ || 


ତୁମ୍ଭେ ଯେବେ ହେବ ଶାନ୍ତି, କଟିବ ମୋର ଅଶାନ୍ତି 


ନିରାମୟ ହୋଇବ ଶରୀର ହେ ||


ନବଦ୍ରାରେ ଥାଏ ରହି, ନବଧା ଭକତି ଦେଇ


ଶାନ୍ତି ବୃଦ୍ଧି ହେବ କଳେବର ହେ ||


ଆପଣ ହେଲେ ସଦୟ, ହୋଇବ ଭାଗ୍ୟ ଉଦୟ

 

କୃପା ଆଶିଷ ଦିଅନ୍ତୁ ମୋତେ ହେ ||

 

ତୁମେ ମଙ୍ଗଳ ନିମିତ୍ତ, ହେଉଅଛି ଆତଯାତ

 

ମାଗୁଅଛି କୃପା ବିତ୍ତ ଥରେ ହେ ||


ଆରତେ କେହି ଡ଼ାକିଲେ, ଶୁଣ ପ୍ରଭୁ ସେହି କାଳେ

 

ଲଗ୍ନାଧିପ ହୁଅ ଭୂମଣ୍ଡଳେ ହେ ||


ମହାଗ୍ରହ ନାମେ ଖ୍ୟାତ, ହୋଇ ଜଗତ ପାଳୁଛ

 

ପୂଜା ପାଅ ଅତି ଆନନ୍ଦରେ ହେ ||


ମହାନ ଗୁଣ ଆଦରି, ଧର୍ମ ରକପଖିଅଛ ଧରି

 

ଆତଯାତ ହେଉଛି ପୃଥ୍ବୀରେ ହେ ||


ଯେହୁ ତୁମ ପୂଜା କରେ, କଟେ ଦଶା ନିର୍ବିଘ୍ନରେ

 

ପାଏ ସୁଖାଚଳେ ଆନନ୍ଦରେ ହେ ||


ଯେବେ ପ୍ରଭୁ କର କୋପ, ମିଳଇ ଦୁଃଖ ଅମାପ


ଅଶାନ୍ତିରେ ଦିବା ନିଶି ସରେ ହେ ||


 ବ୍ରାହ୍ମଣେ ପୂଜା ଆହୂତି, କଲେ ପ୍ରଭୁ ହୁଅ ଶାନ୍ତି

 

ଆଶୀର୍ବାଦ କରିଥାଅ ନରେ ହେ ||


ଦୟାନିଧି କରେ ଅଳି, ସର୍ବଗ୍ରହ ହୋଇ ମେଳି

 

ଶୁଭାଶିଷ ଡ଼ାଳ ଅଧମରେ ହେ ||


        ଜୟ ନବଗ୍ରହ, ଅସା କରୁଛୁ ନବଗ୍ରହଙ୍କ ସ୍ତୁତି ଟି ଅପଣ ମାନଙ୍କୁ ଭଲ ଲଗିଥିବ ଏବଂ ଅହକୁ ଅଧୟନ କରିସାରିବା ପରେ ଅପଣ ମନେ ଶାନ୍ତି ଅନୁଭବ କରିଥିବେ | ଭଗବନ ନବଗ୍ରହଙ୍କ କୃପା ସଦବେଲେ ଅପନମନଙ୍କ ଉପରେ ବଜାୟ ରହୁ ବୋଲି ଏତିକି ଆମର କାମନା |


        ଅହିପରି ଅନ୍ୟସମସ୍ତ ଦେବାଦେବିଙ୍କ ସ୍ତୁତି,ବ୍ରତକଥା, ଚଲିସା ଅଦି ଅଧୟନ ନିମନ୍ତେ ଅମ ବ୍ଲୋଗ oomii05.com କୁ ଆସନ୍ତୁ ଏବଂ ସର୍ବ ଦେବାଦେବୀଙ୍କ କୃପା ଲାଭ କରନ୍ତୁ ଧନ୍ୟବାଦ !

SHARE

Milan Tomic

Hi. I’m Designer of Blog Magic. I’m CEO/Founder of ThemeXpose. I’m Creative Art Director, Web Designer, UI/UX Designer, Interaction Designer, Industrial Designer, Web Developer, Business Enthusiast, StartUp Enthusiast, Speaker, Writer and Photographer. Inspired to make things looks better.

  • Image
  • Image
  • Image
  • Image
  • Image
    Blogger Comment
    Facebook Comment

0 Comments:

Post a Comment