ବିନାୟକ ବ୍ରତ କଥା
Vinayak Brata Katha
ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟୀ ସମପ୍ରଭଃ। |
ଯେଉଁଦିନ ବ୍ରତ କରିବ , ସେଦିନ ପ୍ରାତଃ କାଳରେ ଧଳା ରାଶିରେ ସ୍ନାନକରି ମଧ୍ୟାହ୍ନରେ ଗଣେଶଙ୍କୁ ପୂଜା କରିବ । ଏକ ମୋହର , ଅର୍ଦ୍ଧ ମୋହର ଅଥବା ତହିଁରୁ ଅର୍ଦ୍ଧ ସୁବର୍ଣ୍ଣ ଅଥବା ସ୍ବସକ୍ତି ଅନୁସାରେ ରୁପା ବା ମୂର୍ତ୍ତିକାରେ ଏକଦନ୍ତ । ସୁପକର୍ଣ୍ଣ ହସ୍ତୀ ବଦନ , ଚତୁର୍ଭୁଜ ଓ ପାଶାଙ୍କୁଶ ଧର ସ୍ବରୂପ ନିର୍ମାଣ କରି ସେହି ମୂର୍ତ୍ତିକୁ ଭକ୍ତିପୂର୍ବକ ଧ୍ୟାନ କରିବ । ତତ୍ପରେ ପଞ୍ଚାମୃତରେ ସ୍ନାନ କରାଇବ । ତଦଅନ୍ତରେ ଗନ୍ଧ,ଆବାହନ, ଅର୍ଘ୍ୟ,ପାଦ୍ୟ,ରକ୍ତବସ୍ତ୍ର ଯୁଗଳ,ପୁଷ୍ପ,ଧୂପ,ଦୀପ,ନୈବେଦ୍ୟ, ଅଳଙ୍କାର ଓ ତାମ୍ବୁଳ ଯଥାକ୍ରମେ ମନ୍ତ୍ର ଉଚ୍ଚାରଣ କରି ପ୍ରଦାନ କରିବ ତଦଅନ୍ତରେ ଏକୋଇଶି ଗୋଟି ଦୁବ,ଚନ୍ଦନ,ଚାଉଳ ଓ ପୁଷ୍ପ ସହିତ ମୂଳ ମନ୍ତ୍ରରେ ପ୍ରଦାନ କରିବ । ତତ୍ପରେ ଘୃତପକୁ ଏକୋଇଶି ଗୋଟି ମୋଦକ ଗଣେଶଙ୍କୁ ଭୋଗକରି ଦଶଗୋଟି ବ୍ରାହ୍ମଣଙ୍କୁ ଦେବ। ନିଜେ ଦଶଗୋଟି ସେବନ କରିବ ଏବଂ ଗୋଟିଏ ଗଣନାଥଙ୍କୁ ପ୍ରଦାନ କରିବ । ଗଣେଶଙ୍କ ପ୍ରତିମାକୁ ମଧ୍ୟ ବ୍ରାହ୍ମଣକୁ ଦେଇ ଗଣେଶଙ୍କୁ ପ୍ରାର୍ଥନା କରିବ । ହେ ଗଜାନନ , ତୁମ୍ଭର ପ୍ରତିମୂର୍ତ୍ତିକୁ ବସ୍ତଯୁଗଳ ବେଷ୍ଟନ କରି ବ୍ରାହ୍ମଣଙ୍କୁ ପ୍ରଦାନ କରି ପ୍ରାର୍ଥନା କରୁଅଛି , ମୋର ଅଭିଷ୍ଟ ସିଦ୍ଧି କରନ୍ତୁ । ହେ ସର୍ବଦେବ ପୂଜିତ , ହେ ପାର୍ବତୀ ପୁତ୍ର , ମୋର ସକଳ ବିଘ୍ନ ବିନାଶ କରନ୍ତୁ । ମୁଁ କି ଛାର । ଆପଣ ଦାତା , ଆପଣ ଗ୍ରହିତା ଆପଣଙ୍କୁ ବାରମ୍ବାର ନମସ୍କାର କରୁଅଛି । ତଦନ୍ତରେ ବ୍ରାହ୍ମଣ ଭୋଜନ କରାଇବ । ହେ ଧର୍ମରାଜ ! ଏହିପରି ଗୁଣାପତିଙ୍କର ବ୍ରତ ପାଳନ କଲେ ତୁମ୍ଭର ବିଜୟ ନିଶ୍ଚୟ ଲାଭ ହେବ । ଏକଥା ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟ ଜାଣ । ମହାଦେବ ତ୍ରିପୁରାସୁର ମାରିବା ନିମିତ୍ତ ଏକ ବ୍ରତ କରିଥିଲେ । ଆଉ ମଧ୍ୟ ପୂର୍ବରେ ଇନ୍ଦ୍ର ବୃଦ୍ଧାସୁରକୁ ସ୍ମାରିବା ନିମନ୍ତେ , ଅହଲ୍ୟା ନିଜ ସ୍ବାମୀଙ୍କୁ ଖୋଜିବା ସମୟରେ , ଦମୟନ୍ତୀ ନଳଙ୍କୁ ପାଇବା ନିମନ୍ତେ , ରାମଚନ୍ଦ୍ର ରାବଣ ନେଇଥିବା ସୀତାଙ୍କୁ ପାଇବା ନିମନ୍ତେ , ହନୁମାନ ସୀତାଦେବୀଙ୍କୁ ପାଇବା ନିମନ୍ତେ , ଭଗୀରଥା ଗଙ୍ଗାକୁ ଆଣିବା ନିମନ୍ତେ , ଦେବତା ଓ ଅସୁରଗଣ ଅମୃତ ପାଇବା ନିମନ୍ତେ , ଗରୁଡ଼ ଅମୃତ ପାଇବା ନିମନ୍ତେ , ଏମାନେ ଶ୍ରୀ ଗଣନାଥଙ୍କୁ ପୂଜାକରି ଏ ବ୍ରତ ପାଳନ କରିଥିଲେ , ମୁଁ ମଧ୍ୟ ରୁକ୍ମିଣୀଦେବୀଙ୍କୁ ହରି ଆଣିବା ସମୟରେ ଶ୍ରୀ ଗଣନାଥଙ୍କୁ ପୂଜା କରି ରୁକ୍ମିଣୀଙ୍କୁ ପାଇଛି । ଆଉ ମଧ ଦୈତ୍ୟରାଜ ରୁକ୍ମିଣୀ ନନ୍ଦନକୁ ହରିନେବା ସମୟରେ ମୁଁ ରୁକ୍ମିଣୀ ସହ ଏ ବ୍ରତ ପାଳନ କରିଥିଲି । ଶାମ୍ବ ମ କୁଷ୍ଠ ରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ବ୍ରତ ପାଳନ କରି ସିଦ୍ଧି ଲାଭ କରିଥିଲେ ଅତଏବ ହେ ଯୁଧୁଷ୍ଠିର ତୁମ୍ଭେ ଜୟ କାମନାରେ ଶ୍ରୀଗଣନାଥଙ୍କୁ ପୂଜାକର ନିଶ୍ଚୟ ଜୟ ଲାଭ କରି ରାଜ୍ୟ ପାଇବ । ବିଦ୍ୟାଲାଭ ନିମନ୍ତେ ବିଦ୍ୟାର୍ଥୀଗଣ , ମନ କାମନାରେ ଧନ ପ୍ରାପ୍ତିଛୁକ ଲୋକ ଏବଂ ଉତ୍ତମ ପତି ପାଇବା ନିମନ୍ତେ ସ୍ତ୍ରୀଲୋକ , ଦୁଃଖୀଲୋକ ସୌଭାଗ୍ୟ ପାଇବା ନିମନ୍ତେ ଏହି ବ୍ରତ କଲେ ମନୋରଥ ସିଦ୍ଧି ହୁଏ । ବିଧବାମାନେ ଏହି ବ୍ରତ କଲେ ଅନ୍ୟ ଜନ୍ମରେ କେବେ ହେଁ ବୈଧବ୍ୟ ଦୁଃଖ ପାଆନ୍ତି ନାହିଁ । ବ୍ରହ୍ମା , ବିଷ୍ଣୁ , ମହେଶ୍ୱର , ସୂର୍ଯ୍ୟ ଓ ଦୁର୍ଗା ପ୍ରଭୃତି ସକଳ ଦେବତାଙ୍କୁ ପୂଜା କରିବା ସମୟରେ ପ୍ରଥମେ ଗଣାଧୂପତିଙ୍କୁ ପୂଜା କରିବାକୁ ହୁଏ । ଏଣୁ ଗଣେଶଙ୍କୁ ପୂଜା କଲେ ବିଷ୍ଣୁ , ମହାଦେବ , ସୂର୍ଯ୍ୟ ଅଗ୍ନି , ବରୁଣ ଓ ଦୁର୍ଗା ସମସ୍ତେ ପୂଜା ପାଆନ୍ତି । ସନ୍ତୁଷ୍ଟ ହୁଅନ୍ତି । ଆଉ ମଧ୍ୟ ଚଣ୍ଡିକାଦି ମାତୃଗଣ ସନ୍ତୁଷ୍ଟ ହୁଅନ୍ତି । ଅତଏବ ହେ ଯୁଧ୍ୟର- ଭକ୍ତି ପୂର୍ବକ ଏହି ଗଣନାଥଙ୍କୁ ପୂର୍ବକଥିତ ବିଧ ଅନୁସାରେ ବ୍ରତ କରି ପୂଜା କଲେ ସମସ୍ତ ଶତ୍ରଙ୍କୁ ଜୟ କରିବ ଏବଂ ନିଜ ରାଜ୍ୟ ପ୍ରାପ୍ତ ହେବ । ଅତଏବ ଏହି ବ୍ରତ କଲେ ସକଳ କାର୍ଯ୍ୟ ସିଦ୍ଧି ହୁଏ । ଶ୍ରୀକୃଷ୍ଣଙ୍କର ଏହି ଉପଦେଶ ଗ୍ରହଣ କରି ପାଣ୍ଟୁ ନନ୍ଦନ ଯୁଧୁଷ୍ଠିର ପାର୍ବତୀ ପୁତ୍ର ବିଘ୍ନରାଜଙ୍କୁ ପୂର୍ବୋକ୍ତ ବିଧ ପାଳନ କରି ପୂଜା କଲେ । ସେହି । ହେତୁ ଗଣେଶ୍ଵରଙ୍କ ପ୍ରସାଦରୁ ଶତ୍ରମାନଙ୍କୁ ଜୟ କରି ନିଜ ରାଜ୍ୟପ୍ରାପ୍ତ ହେଲେ । ସୂତ ମହର୍ଷି କହିଲେ- ଯେଉଁ ଲୋକ ଏହିପରି ସିଦ୍ଧ ବିନାୟକ ପୂଜା କରେ , ତାହାର ମନରେ ଚିନ୍ତା କରୁଥିବା କାର୍ଯ୍ୟସିଦ୍ଧ ହୁଏ । ସକଳ ସିଦ୍ଧି ପ୍ରଦାନ କରନ୍ତି । ତେଣୁ ତାଙ୍କର ନାମ ସିଦ୍ଧ ବିନାୟକ ଲୋକରେ ଖ୍ୟାତ ହୋଇଛି । ଯେଉଁ ଲୋକ ଏହି ବ୍ରତକଥା ଭକ୍ତି ସହକାରେ ଶ୍ରବଣ କରେ ତାହାର ମଧ୍ୟ ଗଣେଶଙ୍କ ପ୍ରସାଦରୁ ସକଳ କାର୍ଯ୍ୟ ସିଦ୍ଧି ହୁଏ ।
ଇତି ଭବିଷ୍ୟ ପୁରାଣ କଥିତ ସିଦ୍ଧ ବିନାୟକ ବ୍ରତ କଥା ସମ୍ପୂର୍ଣ୍ଣ ।
ବିନାୟକ ବ୍ରତ କଥା ପରି ଅନ୍ୟ ସମସ୍ତ ଦେବଦେବୀଙ୍କ ବ୍ରତ କଥା ଜାଣିବା ନିମନ୍ତେ ଆମ ବ୍ଲୋଗ oomii05.com କୁ ଭ୍ରମଣ କରନ୍ତୁ |
ଆପଣଙ୍କ ବହୁ ମୂଲ୍ୟ ସମୟରୁ କିଛି ସମୟ ବିନାୟକ ପୂରଣ ଜାଣିବାରେ ବିତାଇ ଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ |
0 Comments:
Post a Comment